IBN ଓଡ଼ିଶା ବ୍ୟୁରୋ

ସମସ୍ତ ଜାତୀୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କଲେ କେନ୍ଦ୍ର ସରକାର

 ସମସ୍ତ ଜାତୀୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କଲେ କେନ୍ଦ୍ର ସରକାର । ଏବେ ଥିବା ବ୍ୟବସ୍ଥା ତୁଳନାରେ ୨୫ ପ୍ରତିଶତ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି। କୋଲକାତା ଆରଜି କର ହସ୍ପିଟାଲ ଘଟଣା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ନିକଟରେ ଆଇଏମଏ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ଏହାପରେ କେନ୍ଦ୍ର ସରକାର ଅଧିନରେ ଥିବା ହସ୍ପିଟାଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି।

ଏହାପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ମହିଳାଙ୍କୁ ହସ୍ପିଟାଲରେ ନାଇଟ୍ ଡ୍ୟୁଟି ନପକାଇବାକୁ ନିବେଦନ କରିଛନ୍ତି। ସରକାର ଅନୁରୋଧ କରିଛନ୍ତି ଯେ, ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ରାତିରେ ନିୟୋଜିତ ହେଲେ ଏକରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ରାତିରେ ଡାକ୍ତରଖାନାର କୌଣସି ସ୍ଥାନକୁ ଗଲେ ତାଙ୍କ ସହ ଜଣେ ଗାର୍ଡ ରହିବେ । ନାଇଟ୍ ଡ୍ୟୁଟିରେ ଆସୁଥିବା ମହିଳାଙ୍କୁ ହସ୍ପିଟାଲ ତରଫରୁ ବ୍ୟବସ୍ଥା କରାଯାଇ ଅଣାଯିବ । ହସ୍ପିଟାଲ ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନିରନ୍ତର ନଜର ରଖାଯିବ । ଡାକ୍ତରଖାନାକୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ପରୀକ୍ଷା କରାଯିବା ଉଚିତ।

ପ୍ରବେଶ-ପ୍ରସ୍ଥାନ ଦ୍ୱାର, କରିଡର, ଅନ୍ଧାର ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଯିବ । ଏକ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବ । ଜରୁରୀକାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏହି ଠାରୁ ସାହାଯ୍ୟ କରାଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button