IBN ଓଡ଼ିଶା ବ୍ୟୁରୋ

ଚେହେରାରେ ହୋଇଥିବା ବ୍ରଣ ଓ ତାହାର କଳାଦାଗକୁ ମୁହଁରୁ ହଟାଇବାର ଜବରଦସ୍ତ ଉପାୟ !

ଆଜିକାଲିର ଖରାପ ଜୀବନଶୈଳୀ ତଥା ଚେହେରାର ଭଲ ଭାବେ ଯତ୍ନ ନନେବା କାରଣରୁ ଚେହେରାରେ ଅନେକ ପ୍ରକାର ପ୍ରୋବ୍ଲେମ ଦେଖାଦେଉଛି । ବିଶେଷ କରି ଚେହେରାରେ ବ୍ରଣ ବାହାରିବା ଏକ କମନ ପ୍ରୋବ୍ଲେମ ହୋଇଗଲାଣି । ଯାହାକି ଅନେକଙ୍କ ଚେହେରାରେ ପ୍ରାୟତଃ ଦେଖାଯାଇଥାଏ । ତେବେ ମୁହଁରେ ବ୍ରଣ ହେବା ଓ ବ୍ରଣର ଦାଗ ମୁହଁରେ ରହିଯିବା ଦ୍ଵାରା ତାହା ଚେହେରାର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ । ତେବେ ମୁହଁର ବ୍ରଣ ଓ ତାହାର କଳା ଦାଗକୁ କିପରି ଭାବେ ମୁହଁରୁ ସବୁଦିନ ପାଇଁ ଦୂର କରିହେବ ତାହା ପାଇଁ ଏକ ବହୁତ ଭଲ ଘରୋଇ ଉପଚାର ଏଠାରେ କହିବାକୁ ଯାଉଛୁ ।

 

ପ୍ରଥମେ 12 ରୁ 15 ଟି ନୀମ ପତ୍ର ତୋଳି ଆଣି ତାହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ତାପରେ ପରିଷ୍କାର ନୀମ ପତ୍ରକୁ କୁଟି କିମ୍ବା ତାହାକୁ ଗ୍ରାଇଣ୍ଡିଙ୍ଗ କରି ତାହାକୁ ଦର ଛେଚା କରିଦିଅନ୍ତୁ । ତେବେ ଛେଚା ହୋଇସାରିଥିବା ନୀମପତ୍ରକୁ କୌଣସି ଏକ ପାତ୍ରରେ କାଢି ଦିଅନ୍ତୁ । ସେଥିରେ ଏକ ଚାମଚ ଗୋଲାପ ଜଳ ଆଡ୍ କରନ୍ତୁ । ଯଦି ଚାହିଁବେ ଗୋଲାପ ଜଳ ବଦଳରେ ସେହି ଅନୁସାରେ ଏକ ରୁ ଦୁଇ ଚାମଚ ସେଥିରେ ପାଣି ମଧ୍ୟ ଆଡ୍ କରିପାରିବେ । ତାପରେ ନୀମପତ୍ରକୁ ପାଣି ଦେଇ ମିକ୍ସ କରି ରଖିଦିଅନ୍ତୁ ।

ତେବେ ପ୍ରଥମେ ଆପଣଙ୍କ ସ୍କିନରେ ଏହିପରି ଭାବେ ତାହାକୁ ଲଗାଇବାର ଅଛି । ପ୍ରଥମେ ଆପଣ ଗୋଟିଏ ପୂଜା କର୍ପୁର ଆଣି ତାହାକୁ ଗୁଣ୍ଡ କରି ସେଥିରେ କୌଣସି ବି ସାମାନ୍ୟ ଧଳା କଳରର ପେଷ୍ଟ ଆଡ୍ କରି ସେହି 2 ଟି ସାମଗ୍ରୀକୁ ମିକ୍ସ କରି ତାହାକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ । ଯାହା ଫଳରେ ଆପଣଙ୍କ ବ୍ରଣରୁ ହେଉଥିବା ଜ୍ଵଳନ ଭଲ ହୋଇବା ସହ ବ୍ରଣ ଧୀରେ ଧୀରେ ଭଲ ହେବାକୁ ଲାଗିବ । ଏହାକୁ ଲଗାଇବାର 10 ରୁ 15 ମିନିଟ ପରେ ମୁହଁରେ ପାଣିରେ ଧୋଇ ପରିଷ୍କାର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button