IBN ଓଡ଼ିଶା ବ୍ୟୁରୋ

ଝାଡଖଣ୍ଡରେ ବଡ ଅଘଟଣ ; ଟେକ୍ ଅଫ୍ ପରେ କ୍ରାଶ୍ ହୋଇଗଲା ବିମାନ, ଦୁଇ ପାଇଲଟ ନିଖୋଜ

ନୂଆଦିଲ୍ଲୀ ୨୧।୦୮: ଜାମସେଦପୁରରେ ବଡ ଅଘଟଣ । ବିମାନ ବନ୍ଦରରୁ ଟେକ୍ ଅଫ୍ ପରେ ପରେ କ୍ରାଶ୍ ହେଲା ବିମାନ। ବିମାନରେ ଥିବା ଦୁଇ ଜଣ ପାଇଲଟ୍ ନିଖୋଜ ଅଛନ୍ତି। ମଙ୍ଗଳବାର ସକାଳ ୧୧ଟାରେ ଜାମସେଦପୁର ସୋନାରୀ ବିମାନବନ୍ଦରରୁ ଆଲକେମିଷ୍ଟ ଆଭିଏସନ୍ର ଏକ ଟୁ-ସିଟ୍ର୍ ଟ୍ରେନି ବିମାନ ଉଡାଣ ଭରିଥିଲା। ଟେକ୍ ଅଫ୍ର ୧୫ ମିନିଟ୍ ମଧ୍ୟରେ ହିଁ ବିମାନଟି ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି।

ବିମାନରେ ଥିବା କ୍ୟାପଟେନ ୨ଜଣଙ୍କର କୌଣସି ପତ୍ତା ମିଳୁନାହିଁ।

କୁହାଯାଉଛି ଯେ ବିମାନଟି ବିମାନ ଉଡ଼ାଣର ମାତ୍ର ୧୫ ମିନିଟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ଏହାପରେ ବିମାନ ନିଖୋଜ ସମ୍ପର୍କରେ ସୋନାରୀ ବିମାନବନ୍ଦର ଏବଂ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଏନେଇ ପୋଲିସ ପ୍ରଶାସନ ବିମାନ ଖୋଜାଖୋଜି ଆରମ୍ଭ କରିଥିଲା।

ତଦନ୍ତ ସମୟରେ କ୍ୟାପଟେନ ପାଇଲଟ ଏବଂ ଟ୍ରେନି ପାଇଲଟଙ୍କ ଶେଷ ଲୋକେସନ୍ ଚାନ୍ଦିଲ ଡ୍ୟାମର ନିମଡିହରେ ରାତି ୧୧.୧୯ ରେ ମିଳିଥିଲା। ସମଗ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋଟର ଯାନ ଦ୍ୱାରା ଖୋଜାଖୋଜି କରିଥିଲେ। ଦୁଇ ପାଇଲଟ୍ଙ୍କ କୌଣସି ପତ୍ତା ନମିଳିଥିବାରୁ ରାଞ୍ଚିରୁ ଏକ NDRF ଟିମ୍କୁ ଡକାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button