IBN ଓଡ଼ିଶା ବ୍ୟୁରୋ

ସୁସ୍ଥ ଓ ସୁନ୍ଦର କେଶ ପାଇଁ କେଉଁ କେଉଁ ଉପାଦାନ ନିଜ ଖାଦ୍ୟରେ ଆଡ୍ କରିବେ ?

ବର୍ତ୍ତମାନ ସମୟରେ ଅନେକଙ୍କର କେଶକୁ ନେଇ ବହୁତ କିଛି ସମସ୍ଯା ଦେଖା ଯାଉଛି । ଯେପରିକି କେଶ ଝଡିବା, ଚୁଟି ଦୋମୁହାଁ ହେବା, କେଶ ନବଢିବା, ରୂପୀ ଭଳି ଆଦି ସମସ୍ଯାରେ ଲୋକେ ବହୁତ ହଇରାଣର ସମ୍ମୁଖୀନ ହେଉଛନ୍ତି । ଯେଉଁ କାରଣରୁ ଆଡ୍ସ ଦେଖିକି ଲୋକେ ମାର୍କେଟରୁ ମିଳୁଥିବା ବହୁ କିଛି ତେଲ ଓ ସାମ୍ପୁ ଆଣି ତାକୁ ନିଜ ହେୟାରରେ ଲଗାଉଛନ୍ତି ।

 

ହେଲେ ସେହି ସବୁ ପ୍ରଡ଼କ୍ଟ କେତେ ମାତ୍ରରେ କେମିକାଲ୍ ରହୁଛି ? ବା ସେହି ସବୁ ପ୍ରଡ଼କ୍ଟ ଆମ ହେୟାର ପାଇଁ ଭଲ କି ନାହିଁ ତାହା ନଜାଣି ବି ଆମେ ଚୁଟିରେ ଲଗେଇ ଦେଉଛୁ । ଯାହା ଫଳରେ ଅନେକ ଥର ଆମ କେଶର ସମସ୍ଯା ସମାଧାନ ହେବ ବଦଳରେ ଅଧିକ ବଢିବାରେ ଲାଗେ । ତେଣୁ ପ୍ରଥମେ ଆମ କେଶର ସମସ୍ଯା କେଉଁ କାରଣ ପାଇଁ ହେଉଛି ? ତାହା ଜାଣିକି ହିଁ ତାହାର ସମାଧାନର ବାଟ କାଢିବା ଉଚିତ ।

ଣ୍ଡା, ବାଦାମ, ଜିଙ୍କ, ଭିଟାମିନ-ସି, ଆଇରନ ଭଳି ପୋଷକ ତତ୍ଵ ରହିଥାଏ । ତେବେ ଆମ ହେୟାର ଫଲ୍ ବହୁତ ପରିମାଣରେ କମିଯାଇଥାଏ ।ଅଣ୍ଡାରେ ପ୍ରୋଟିନ ଓ ବାୟୋଟିନ  ରହିଥାଏ । ଯାହା କେଶକୁ ହେଲଦି ରଖେ, ଯେଉଁଥିରେ ଅଧିକ ମାତ୍ରାରେ ହେୟାର ହେୟାର ଫଲ୍ ହୋଇନଥାଏ । କଖାରୁ ମଞ୍ଜି ଓ ବାଦାମରୁ ଜିଙ୍କ ମଧ୍ୟ ନିଜ ଡାଏଟରେ ପାଇପାରିବେ ।

 

ପାଳଙ୍ଗ ଶାଗରେ ଆଇରନର ମାତ୍ରା ରହୁଛି । ତେଣୁ ପାଳଙ୍ଗ ଶାଗ ଖାଇବା ମଧ୍ୟ ଆମ ହେୟାର ପାଇଁ ବହୁତ ଭଲ ହୋଇଥାଏ । ସଜନା ଶାଗ, କ୍ୟାପସିକମ ଆପଣଙ୍କୁ ଭିଟାମିନ-ସି ଭଲ ଭାବରେ ମଧ୍ୟ ମିଳିଯିବ ।ତେଣୁ ଭିଟାମିନ-ସି ପାଇଁ ଆପଣଙ୍କୁ କୌଣସି ପ୍ରକାର ଟ୍ଯାବଲେଟ୍ସ ମଧ୍ୟ ଖାଇବା ଦରକାର ପଡିବ ନାହିଁ । ତେଣୁ ଏହି ସମସ୍ତ ପୋଷକ ତତ୍ଵ ନିଜର ସୁସ୍ଥ କେଶ ପାଇଁ ନିହାତି ଖାଇବା ଉଚିତ ।

ଏହା ଛଡା ନିଜର ସୁସ୍ଥ ତଥା ସୁନ୍ଦର ହେୟାର ପାଇଁ ନିଜ ହେୟାରର ପ୍ରପର କେୟାର ମଧ୍ୟ ନେବାକୁ ପଡିବ । ସପ୍ତାହକୁ 2 ଥର ବା ଅତି କମ୍ ରେ ସପ୍ତାହରେ ଥରେ କେଶକୁ ସଫା କରନ୍ତୁ । ଏଥିସହ ହେୟାରକୁ ପ୍ରପରଲି ଅଏଲିଙ୍ଗ ମଧ୍ୟ କରନ୍ତୁ । କାରଣ କେଶରେ ତେଲ ଲଗାଇବା ମଧ୍ୟ ନିହାତି ଦରକାର । କାରଣ ଆଜି କାଲି ବହୁତ ପିଲା ହେୟାର ଡିଜାଇନିଙ୍ଗ କରିବାକୁ ଯାଇ ହେୟାରରେ ବିଲକୁଲ ମଧ୍ୟ ତେଲ ଲଗାଉ ନାହାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button