ଗାଧୋଇ ସାରିବା ପରେ କରନ୍ତୁ ନାହିଁ ଏହି ସବୁ ବଡ ଭୁଲ୍ ! ସାବଧାନ ହୋଇଯାଆନ୍ତୁ
ବନ୍ଧୁଗଣ ଗାଧୋଇ ସାରିଲା ପରେ ଏହି ସବୁ କାମ କରନ୍ତୁ ନାହିଁ । ଅନେକ ଲୋକ ଯେଉଁ ମାନେ କି ଗାଧୋଇ ସାରି ତରବର ହୋଇ ପୋଷାକ ପିନ୍ଧି ଖାଇପିଇ ନିଜ ନିଜ କାମରେ ବାହାରି ଯାଇଥାନ୍ତି । ପୁରୁଷ ହୁଅନ୍ତୁ ବା ମହିଳା ଗାଧୋଇ ସାରି ଏହି ସବୁ କାମ କରିବା ବର୍ଜିତ ହୋଇଥାଏ । ନଚେତ ଏହି ସବୁ ଭୁଲ କାମ କରିବା ଦ୍ଵାରା ଆର୍ଥିକ ଓ ସ୍ଵାସ୍ଥଗତ ସମସ୍ଯା ଲାଗି ରହିଥାଏ । ଶାସ୍ତ୍ର ଅନୁଯାଇ ପ୍ରତ୍ଯେକ କର୍ମର ସଠିକ ନିୟମ ରହିଥାଏ । ତେଣୁ ଗାଧୋଇବାର ଓ ଗାଧୋଇ ସାରିବା ପରର କିଛି ନିୟମକୁ ପାଳନ କରନ୍ତୁ ।
1- ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ନାହିଁ । କାରଣ ରହି ଦିଗଟି ଯମରାଜାଙ୍କୁ ସମର୍ପିତ କରାଯାଇଛି । ଦକ୍ଷିଣ ଦିଗକୁ ଛାଡି ପୂର୍ବ ହେଉ ଅବା ଅନ୍ୟ କୌଣସି ଦିଗକୁ ଚାହିଁ ସ୍ନାନ କରନ୍ତୁ । ଗାଧୋଇ ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଆପଣଙ୍କ ଦିନଟି ଭଲରେ କଟିବ ।
3- ଗାଧୋଇ ସାରି ପାଲଟା ବସ୍ତ୍ରକୁ ଓଦା କରି ରଖନ୍ତୁ ନାହିଁ । ତେଣୁ ସ୍ନାନ ପରେ ସେହି ପାଲଟା ବସ୍ତ୍ରକୁ ସଫା କରି ତାକୁ ଭଲ ଭାବେ ଶୁଖାଇ ଦିଅନ୍ତୁ ।
4- ଗାଧୋଇବା ସମୟରେ ଚପଲ ମାଡିକି ଗାଧୋଇବା ଭଳି ଭୁଲ କମ କରନ୍ତୁ ନାହିଁ । ଏପରି ଭୁଲ ଅନେକ ଜଣ ସ୍ନାନ କରିବା ସମୟରେ କରିଦେଇଥାନ୍ତି । ଯାହା ଦ୍ଵାରା ସେମାନଙ୍କୁ ଆର୍ଥିକ ସମସ୍ଯାର ସମ୍ମୁଖୀନ ବହୁ ସମୟରେ ହେବାକୁ ପଡିଥାଏ ।
5- ଗାଧୋଇବା ପୂର୍ବରୁ ପ୍ରଥମେ ପାଦରେ ପାଣି ପକାଇ ସ୍ନାନ ଆରମ୍ଭ କରନ୍ତୁ । ହେଲେ ଗାଧୋଇ ସାରି ଗୋଡ ଧୁଅନ୍ତୁ ନାହିଁ ।
6- ସ୍ନାନ କରିବା ସମୟରେ ନୀରବ ହୋଇ ସ୍ନାନ କରିବା ଅପେକ୍ଷା କୌଣସି ମନ୍ତ୍ର ବା ଗୀତ ବୋଲିକି ସ୍ନାନ କରିବା ଭଲ ହୋଇଥାଏ । ଯାହା ଦ୍ଵାରା ଆମ ମନଙ୍କୁ ଶାନ୍ତି ମିଳିବା ସହ ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ ।
7- ଗାଧୋଇ ସାରି ନଖ କାଟିବା କି ସେଭିଙ୍ଗ ହେବା ଭଳି କାମ କାର୍ଯ୍ୟ କରନ୍ତୁ ନାହିଁ । ଏହା ଅଶୁଭ ଅଟେ ।