IBN ଓଡ଼ିଶା ବ୍ୟୁରୋ

ପତିବ୍ରତା ମହିଳାର ଗୁଣ କିପରି ହୋଇଥାଏ… କେଉଁ ସବୁ ସ୍ଵଭାବ କହିଥାଏ… ଏ ହେଉଛି ପତିବ୍ରତା ନାରୀ !

ବନ୍ଧୁଗଣ ଜଣେ ସ୍ତ୍ରୀ ତାଙ୍କର ସ୍ଵାମୀର ଅର୍ଦ୍ଧାଙ୍ଗୀନୀ ହୋଇଥାଏ । ତେବେ ଯେଉଁ ସ୍ତ୍ରୀ ପତିବ୍ରତା ହୋଇଥାଏ । ସେଭଳି ସ୍ତ୍ରୀ ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ବହୁତ ବଡ ସୁରକ୍ଷା କବଚ ହୋଇଥାନ୍ତି । ଯେଉଁ ମହିଳା ନିଜର ପତୀବ୍ରତ ପାଳନ କରି ପତିବ୍ରତା ସ୍ତ୍ରୀ ହୋଇଥାଏ । ସେହିଭଳି ମହିଳାଙ୍କୁ ଦେଖିଲେ ବହୁତ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତି ସକାଳୁ ସକାଳୁ କୌଣସି ପତିବ୍ରତା ସ୍ତ୍ରୀ ର ସକାଳୁ ସକାଳୁ ଦର୍ଶନ କରିଦେଇଥାଏ । ସେହି ବ୍ୟକ୍ତି ପାଇଁ ସେହି ଦିନଟି ବହୁତ ଭଲରେ ବିତିଥାଏ ।

 

ତେବେ ଜଣେ ମହିଳାର କେଉଁ ସବୁ ଲକ୍ଷଣରୁ ସେ ପତିବ୍ରତା ମହିଳା ବୋଲି ଜାଣିପାରିବ ତାହା ଏଠାରେ ଆଲୋଚନା କରିବା । ତେବେ ପତିବ୍ରତା ସ୍ତ୍ରୀ ର ପରୀକ୍ଷା ସେତେବେଳେ କରାଯାଇଥାଏ । ଯେତେବେଳେ ସେହି ସ୍ତ୍ରୀ ର ସ୍ଵାମୀର ଅବସ୍ଥା କୌଣସି କାରଣ ବଶତଃ ଖରାପ ରହିଥାଏ । ଯେତେବେଳେ ସେହି ବ୍ୟକ୍ତି ପାଖରେ କୌଣସି ଟଙ୍କା ପଇସା ନଥାଏ । ସେତେବେଳେ ଯେଉଁ ସ୍ତ୍ରୀ ତା’ ର ସ୍ଵାମୀର ସାଥ ଛାଡିନଥାଏ ।

ସବୁବେଳେ ତା’ ସ୍ଵାମୀ ପାଖରେ ରହି ତାଙ୍କୁ ସାଥ ଦେଇଥାଏ । ନିଜ ସ୍ଵାମୀକୁ ଆଗକୁ ବଢିବା ପାଇଁ ପ୍ରେରଣା ସାଜିଥାଏ । ସ୍ଵାମୀର ସୁଖରେ ଓ ଦୁଃଖ ଉଭୟ ପରିସ୍ଥିତିରେ ଯେଉଁ ସ୍ତ୍ରୀ ତା’ ର ସ୍ଵାମୀର ସାଥିରେ ରହିଥାଏ । ସେହିଭଳି ନାରୀକୁ ହିଁ ପତିବ୍ରତା ନାରୀ ବୋଲି କୁହାଯାଇଥାଏ । ନିଜ ସ୍ଵାମୀର ଅବସ୍ଥା ଭଲ ନଥିବା ସମୟରେ ବି ଯେଉଁ ସ୍ତ୍ରୀ ନିଜ ସ୍ଵାମୀଙ୍କୁ ଉପଯୁକ୍ତ ସମ୍ମାନ ଓ ଭଲ ପାଇବା ଦେବା ଜାରୀ ରଖିଥାଏ ।

 

ସ୍ଵାମୀକୁ ନିଜର ଭଗବାନ ବୋଲି ସମ୍ମାନ ଓ ଆଦର କରିଥାଏ । ଏପରି ସ୍ଵଭାବ ଥିବା ନାରୀ ମାନେ ପତିବ୍ରତା ନାରୀରେ ଗଣିତ ହୋଇଥାନ୍ତି । କାରଣ ଜଣେ ସ୍ତ୍ରୀ ହିଁ ତା’ ର ସ୍ଵାମୀ ପାଇଁ ଆଶାର କିରଣ ପରି ହୋଇଥାଏ । ସ୍ଵାମୀର ସବୁ ଆଦେଶ ଓ ନିଷ୍ପତ୍ତିରେ ସ୍ତ୍ରୀ କୁ ସମ୍ମାନ ଦେବା ଉଚିତ ବୋଲି ମଧ୍ୟ ଶାସ୍ତ୍ରରେ କୁହାଯାଇଛି । ଯେଉଁ ସ୍ତ୍ରୀ ଉପରେ ତା’ ର ସ୍ଵାମୀ ପ୍ରସନ୍ନ ନଥାଏ ।

ସେହିଭଳି ଯେତେ ରୂପବତୀ କି ଗୁଣବତୀ ହୋଇଥାଏ । ତାହା ସବୁ ବ୍ୟର୍ଥରେ ଯାଇଥାଏ । ଏହା ଛଡା ଜଣେ ପତିବ୍ରତା ନାରୀ ନିଜ ସ୍ଵପ୍ନରେ ବି ନିଜ ସ୍ଵାମୀଙ୍କ ଛଡା ପର ପୁରୁଷର କଥା ଭାବିନଥାଏ । ତେବେ ଏହା ହିଁ ହେଉଛି ପତିବ୍ରତା ସ୍ତ୍ରୀର ଲକ୍ଷଣ ।

Related Articles

Leave a Reply

Your email address will not be published. Required fields are marked *

Back to top button