ସ୍ୱାସ୍ଥ୍ୟ

Thyroid ସମସ୍ଯା କ’ ଣ ? କିପରି କରିବେ ଏହି ରୋଗର ନିରାକରଣ…

ନମସ୍କାର ବନ୍ଧୁଗଣ , ଆଜି କାଲି ଆମେ ଥାଇରଏଡ ଜନିତ ସମସ୍ୟା ଅଧିକ ଦେଖିବାକୁ ପାଇଥାଉ । ଆମ ଦୈନନ୍ଦିକ ଜୀବନ ଶୈଳୀ ଦ୍ଵାରା ଆମ ଭୋଗିବାକୁ ପଡିଥାଏ ଅନେକ ପ୍ରକାରର ରୋଗ । ଯଦି ଆମେ ସଠିକ ଘରୋଇ ଭୋଜନ କରିଥାଉ ବାହାରି ଖାଦ୍ୟ କୁ  ନ ଖାଇଥାଉ ତେବେ ଆମ ଶରୀର ସବୁ ବେଳେ ସୁସ୍ଥ ରହିଥାଆନ୍ତା ଏବଂ ଆମେ ନିରୋଗ ଜୀବନ କାଟିଥାଆନ୍ତୁ ।

 

କିନ୍ତୁ ଏହା ଆମେ ପାଳନ କରି ନ ଥାଉ ଯାହା ଫଳରେ  ଆମ ଶରୀରରେ ଦେଖାଯାଇଥାଏ ଏହି ସବୁ ସମସ୍ୟା । ଆଜି ଆମେ ଆଲୋଚନା କରିବା ଥାଇରଏଡ ଜନିତ ରୋଗ ସମ୍ବନ୍ଧରେ ଏହି ବିଷୟରେ କିପରି ଘରୋଇ ଉପାୟ କରିବା ଉଚିତ୍ । ଡାକ୍ତର ଅରବିନ୍ଦ କୁମାର ଥାଇରଏଡ କୁ କେମିତି ନିୟମିତ ରଖିପାରିବ ତାହା କହିଛନ୍ତି । ଥାଇରଏଡ କୁ ନିୟମିତ ରଖିବାର ତିନୋଟି ଉପାୟ ରହିଛି  ତାହା ହେଉଛି ଡାଏଟ୍ , ବ୍ୟାୟାମ ଏବଂ ଯୋଗ ।

ପ୍ରଥମେ ଆମେ ଜାଣିବା ଡାଏଟ୍ ବିଷୟରେ ଆମ ଏମିତି କିଛି  ଜିନିଷ ଯାହାକୁ ଏଥିରେ ସାମିଲ କରିବାର ଅଛି ଏବଂ  ଆଉ କିଛି ଜିନିଷ କୁ ବାହାର କରିବା ଉଚିତ । ଆମେ କଥା ହେଉଛି ହୟପୋ- ଥାଇଏରଡିଜମ ବିଷୟରେ ଯାହା ସାଧାରଣ ଭାବରେ ଲୋକମାନଙ୍କ ଭିତରେ ଦେଖାଯାଇଥାଏ ।  ତେଣୁ ଆମ ଏହି ଥାଇରଏଡ ରେ ସେଲିନିୟମ ଆବଶ୍ୟକତା ହୋଇଥାଏ ଏବଂ ଏହା ଆମ କୁ ମାଛ , ଭାତ , ପାସ୍ତା , ଛେଳି ମାଂସ  ଆଦିରେ  ରହିଥାଏ ।

 

ତେଣୁ ଥାଇରଏଡ ଥିବା ବ୍ୟକ୍ତି ଏହି ସବୁ ଜିନିଷର ସେବନ କରିବା ଉଚିତ୍ ହୋଇଥାଏ । ଆମ ଶରୀରରେ ସେଲିନିୟମ ଯେମିତି ନଷ୍ଟ ନ ହେଉ ଏଥି ପାଇଁ ଆମ ଯଥା ମଦ୍ୟପାନ ଏବଂ କଫି ଆଦି ଏ ସେବାବ କରିବା ଅନୁଚିତ ହୋଇଥାଏ , ଏହାକୁ ପୁରା ବନ୍ଦ କାରିବ ଉଚିତ୍ ।  ଆୟୋଡିନ ଥାଇରଏଡ ର ହୋରମୋନ କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାନ୍ତି । ତେଣୁ କରି ଶରୀରରେ ଏହାର ମାତ୍ରା ବୃଦ୍ଧି କରିବା ଉଚିତ୍ । ସାମୁଦ୍ରିକ ମାଛ ଏବଂ ଲୁଣ ରୁ ଆମକୁ ଆୟୋଡିନ ମିଳିଥାଏ ।

 

ଜିଙ୍ଗ ଆମ ଥାଇରଏଡ ହୋରମୋନ କୁ active ରଖିଥାଏ ତେଣୁ ଜିଙ୍ଗ ଜାତୀୟ ଦ୍ରବ୍ଯ ନେବା ଉଚିତ୍ ହୋଇଥାଏ । ବାଦାମ , almond , କ୍ଷୀର , grains ତୁ ଆମ କୁ ଜିଙ୍ଗ ମିଳିଥାଏ ତେଣୁ ଏହାର ସେବନ କରିବା ଉଚିତ୍ । ଆଇରନ ଥାଇରଏଡ ର ହୋରମୋନକୁ T4 କୁ T3 ରେ ପରିଣତ କରିଥାନ୍ତି ଏବଂ ଏହା ଆମ ମେଟାବଲିଜମ୍ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ ।  ସବୁଜ ପନିପରିବା , ବେଦନା ଏବଂ ବିଟରୁଟ ରେ ଆଇରନ ଭରପୁର ରହିଥାଏ । ସୋୟାବିନ ଜାତୀୟ ଖାଦ୍ୟକୁ ଖାଇବା ଅନୁଚିତ୍ ହୋଇଥାଏ । ବ୍ୟାୟାମ ଏବଂ ଯୋଗ ଥାଇରଏଡ ସମସ୍ୟା ପାଇଁ ଉପକାରୀ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button