IBN ଓଡ଼ିଶା ବ୍ୟୁରୋ

ମଦ ବିକ୍ରି କରି କୋଟିକୋଟି ରୋଜଗାର କରୁଛନ୍ତି କ୍ରିକେଟର, ଜାଣନ୍ତୁ ଲିଷ୍ଟରେ ଅଛନ୍ତି କିଏ ?

ନୂଆଦିଲ୍ଲୀ ୨୪।୦୮: କ୍ରିକେଟ୍ ଦୁନିଆର ଷ୍ଟାର ପ୍ଲେୟର । କ୍ରିକେଟ ସହ କରନ୍ତି ବ୍ୟବସାୟ । କିଛି ଖେଳାଳୀ ମଧ୍ୟ କରନ୍ତି ମଦ ବ୍ୟବସାୟ । ଆଉ କରନ୍ତି କୋଟିକୋଟିର ଆୟ । ଏହି ଲିଷ୍ଟରେ ଅନେକ ଦିଗ୍ଗଜ ମଧ୍ୟ ସାମିଲ ଅଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ…

 

ଲିଷ୍ଟର ପ୍ରଥମରେ ରହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର ଇୟାନ ବୋଥାମଙ୍କ ନାମ ପ୍ରଥମ ସ୍ଥାନରେ ରହିଛି।

ଇଂଲଣ୍ଡର ଅନ୍ୟତମ ସଫଳ ଖେଳାଳି ଇୟନ୍ ବୋଥମ୍ । ଇୟନ ଇଂଲଣ୍ଡର ସବୁଠାରୁ ସଫଳ ଖେଳାଳୀଙ୍କ ମଧ୍ୟ ଜଣେ । ଇୟନ୍ ବୋଥମ୍ ବର୍ତ୍ତମାନ ଏକ ବଡ ଓ୍ବାଇନ୍ କମ୍ପାନୀ ଚଳାଉଛନ୍ତି । ସେ ୨୦୧୮ରେ ଏହି ଓ୍ବାଇନ ବିଜନେସ୍ ଆରମ୍ଭ କରିଥିଲେ । ତାଙ୍କ କମ୍ପାନୀର ଓ୍ବାଇନ୍ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ଭଳି ଦେଶରେ ବିକ୍ରି ହୋଇଥାଏ ।

 

ଅଷ୍ଟ୍ରେଲିୟାର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ । ସେ ମଧ୍ୟ ବର୍ତ୍ତମାନ ମଦ ବ୍ୟବସାୟ କରୁଛନ୍ତି । ଯାହାର ନାଁ ପଣ୍ଟିଂ ୱାଇନ୍ସ । ତେବେ ତାଙ୍କ କମ୍ପାନୀର ମଦ କେବଳ ଅଷ୍ଟ୍ରେଲିଆରେ ନୁହେଁ ବରଂ ଭାରତରେ ମଧ୍ୟ ଉପଲବ୍ଧ । ତେବେ ରିକି ପଣ୍ଟିଂ ୩ଥର ODI ବିଶ୍ୱକପ ଟାଇଟଲ ଜିତିଛନ୍ତି । ସେଥିରୁ ସେ ଦୁଇଥର ଅଧିନାୟକ ଭାବରେ ଟ୍ରଫି ହାତେଇଛନ୍ତି ।

 

ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ଏହି ତାଲିକାରେ ସାମିଲ । ସେ ମଧ୍ୟ ମଦ ବ୍ୟବସାୟରେ କରୁଛନ୍ତି ନିଜ ଭାଗ୍ୟ ପରୀକ୍ଷା । ୨୦୧୫ରେ ସେ ନିଜର ଓ୍ବାଇନ୍ ଲେବଲ୍ ଲଞ୍ଚ କରିଥିଲେ । ତେବେ ତାଙ୍କ କ୍ୟାରିୟର କଥା କହିବାକୁ ଗଲେ ସେ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ନେଇସାରିଛନ୍ତି ଅବସର ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button