ଡାଇବେଟିସ ଲୋକ ସର୍ବଦା ଏହି 5 କଥା ଜାଣି ରଖନ୍ତୁ ! ଶରୀରରେ ସୁଗାର ର ମାତ୍ରା କମିବାର ସହଜ ଉପାୟ !

ଶରୀରର ଡାଇବେଟିସ ରୋଗ କୁ ନିୟନ୍ତ୍ରଣ ରଖିବାର ପଞ୍ଚୋଟି ପଦ୍ଧତି । ଆପଣ ଚାହୁଛନ୍ତି ଯେ ଆପଣଙ୍କୁ ଏହି ରୋଗ ନ ହଉ ତେବେ ନିଶ୍ଚିତ ଭାବରେ ଏହି ନିୟମ ଏବଂ ଉପାୟ କରନ୍ତୁ । ଏହାକୁ ସବୁ ଦିନ କରିବା ଦ୍ଵାରା ଆପଣଙ୍କୁ ଡାଇବେଟିସ ଜନିତ ରୋଗ ହୋଇନଥାଏ ଏବଂ ଏହା ଥିବା ଲୋକଙ୍କର ନିୟନ୍ତ୍ରଣ ରେ ରହିଥାଏ । ଆଜି ଆମେ ଆପଣଙ୍କୁ ଏହି ନିୟମ ବିଷୟରେ କହିବା ଆସନ୍ତୁ ଜାଣିବା ଡାକ୍ତର ସାଲିମ ଜେଦୀଙ୍କ ମାଧ୍ୟମରେ ।
ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପ କୁ କମ୍ କରିବାର ପ୍ରଥମ ଉପାୟ ହେଉଛି ଆପଣଙ୍କୁ ସୋଲିବଲ୍ ରହିଥିବା ଖାଦ୍ୟ କୁ ଆପଣଙ୍କ ଡାଏଟ ରେ ସାମିଲ କରନ୍ତୁ , ଯଥା ଓଡସ ରେ ଏହି ଫାଇବାର ଭରପୁର ରହିଥାଏ । ଏହା ଛଡା ଭେଣ୍ଡି , ଭୁସି , ରାଜମା ଏବଂ ଡାଲି ଜାତୀୟ ଖାଦ୍ୟରେ ଫାଇବାର ରହିଥାଏ । ଏହା ସହିତ ଫଳ କୁ ଖାଇବା ଦ୍ଵାରା ଏହା ଆପଣଙ୍କ ହଜମ ପ୍ରକ୍ରିୟା କୁ ମଜବୁତ କରିବା ସହ ଆପଣଙ୍କ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରିତ ରଖେ ।
ରକ୍ତଚାପ କୁ ନିୟନ୍ତ୍ରଣ କରିବା ପାଇଁ ଦ୍ଵିତୀୟ ମୁଖ୍ୟ କାମ ହେଉଛି ବ୍ୟାୟାମ ଏହାକୁ କରିବା ଦ୍ଵାରା ଆପଣଙ୍କ ଶରୀରରେ ମଶାଲ୍ସ ମଜବୁତ ହୋଇଥାନ୍ତି ଯାହା ଦ୍ଵାରା ଶରୀର ରେ ସୁଗାର ବୃଦ୍ଧି ହୋଇନଥାଏ ଏବଂ ଆପଣଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ଏହା ସହିତ ବ୍ୟାୟାମ କରିବା ଦ୍ଵାରା ଆପଣଙ୍କ ଚିନ୍ତା (stress ) କୁ ଦୂର କରିଥାଏ ଏବଂ ଦିନ ସାରା ଆପଣଙ୍କୁ ପୂର୍ତ୍ତି କରିଥାଏ ।
ବ୍ୟାୟାମ କରିବା ହେତୁ ଆପଣଙ୍କ ଶରୀରର ଓଜନ ବୃଦ୍ଧି ହୋଇନଥାଏ ଯାହା ଫଳ ରେ ଆପଣଙ୍କ ରକ୍ତଚାପ ବଢିନଥାଏ । ଯଦି ଆପଣଙ୍କୁ ଡାଇବେଟିସ ଥାଏ ତେବେ ଆପଣଙ୍କୁ ଦିନକୁ ନିହାତି ବ୍ୟାୟାମ ବ୍ଯତୀତ ଅନ୍ୟ କିଛି ଖେଳ ଖୁଦ କାମ କରିବା ଉଚିତ୍ । ମାତ୍ର ଆପଣଙ୍କ ଶରୀର ଏହି ସବୁ କାମ ପାଇଁ ସମତି ଦେଇନଥାଏ ତେବେ ଆପଣ ଧୀରେ ଧୀରେ ଚାଲିପାରିବେ , କିନ୍ତୁ ଦିନକୁ ଅଧ ଘଣ୍ଟା ଚାଲିବା ଶରୀର ପାଇଁ ଉଚିତ୍ ଅଟେ ।
3- ଡାଇବେଟିସ ଥିବା ବ୍ୟକ୍ତିଙ୍କୁ ପାଣି ଅଧିକ ପିଇବା ଉଚିତ୍ । କାରଣ ଡାଇବେଟିସ ଥିବା ବ୍ୟକ୍ତି ଅଧିକ ପରିସ୍ରା କରିଥାନ୍ତି ତେଣୁ ଶରୀର ରେ ପାଣି ର ଯେମିତି ଅଭାବ ନ ହୁଏ ସେଥିପାଇ ପାଣି ଯଥେଷ୍ଟ ପରିମାଣରେ ପିଇବା ଉଚିତ । 4- ଆପେଲ ଭିନେଗାର କୁ ଏକ ଗ୍ଳାସ ପାଣି ରେ ଦୁଇ ଚାମୁଚ ଏହାକୁ ମିଶେଇ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ ରେ ରହିଥାଏ ।