IBN ଓଡ଼ିଶା ବ୍ୟୁରୋ

( କନ୍ୟା ରାଶି ) ଆଗରୁ ଜାଣିନଥିବା ଗୁପ୍ତ ରହସ୍ୟ

କନ୍ୟା ରାଶି ହେଉଛନ୍ତି ମାନବ ଗଣ, ପ୍ରକୃତୀ ଓ ସୌନ୍ଦର୍ଜ୍ୟ ପ୍ରିୟ ଅଟନ୍ତି। ଜୀବନରେ ଟଙ୍କା ଅର୍ଜନ କରିବା, ଭୂମୀ କିଣିବା, ଗୃହ କରିବା ଚାକିରୀ କରିବା ଏହି ସବୁ ଦିଗରେ ଯଦି ଏମାନେ ସଂଘର୍ଷ କରିଥାନ୍ତି । ତେବେ ଏମାନଙ୍କୁ ଏହା ସବୁ ପ୍ରାପ୍ତ ହୋଇଥାଏ । ଜନଙ୍କ ହିତ ପାଇଁ କାର୍ଯ୍ୟ କରୁଥିଲେ ସୁଦ୍ଧା ଅନେକ ସମୟଆରଆର ପ୍ରଶଂଷା ବଦଳରେ ନିନ୍ଦା ଶୁଣିଥାନ୍ତି । ପରିବାରରେ ମତଭେଦ ଦେଖାଦେଇପାରେ । ହେଲେ କନ୍ୟା ରାଶିର ବ୍ୟକ୍ତିବିଶେଷ ଯଦି ନିୟମରେ ରହି କାମ କରୁଥିବେ ।

 

ତେବେ ପରିବାରରେ ସେପରି ବିଶେଷ କିଛି ଅସୁବିଧା ହୋଇନଥାଏ । ବିଦ୍ୟା ଅର୍ଜନ କରିବାକୁ ଅଧିକ ଭଲ ପାଇଥାନ୍ତି । କନ୍ୟା ରାଶିର ଅଧିପତି ସ୍ଵାମୀ ହେଉଛନ୍ତି ବୁଧ ଗ୍ରହ । ଭଗବାନଙ୍କ ଉପରେ ଖୁବ ବିଶ୍ବାସ ଓ ଭରଷା ରହିଥାଏ । ଏହି ରାଶିର ଲୋକ ଚତୁର ହୋଇବା ସହ ଏମାନଙ୍କର ସ୍ମୃତି ଶକ୍ତି ପ୍ରଖର ହୋଇଥାଏ । ଟାଇଫଏଡ, ସ୍ନାନବିକ ଦୁର୍ବଳତା, ପେଟରେ ମାଂସ, ଚକ୍ଷୁ, ଅଣ୍ଟା ରୋଗ, ଦୁର୍ଘଟଣା ଏହି ସବୁ ସ୍ଵାସ୍ଥ ସମସ୍ଯାରେ ପୀଡିତ ହୋଇପାରନ୍ତି ।

ଲେଖକ, ବ୍ଯାଙ୍କ କର୍ମଚାରୀ, ସ୍ଵାସ୍ଥ କର୍ମଚାରୀ, ଅଧ୍ୟାପନା, ଇଞ୍ଜିନିୟର, କିରାଣୀ, ଲୁହା, କୋଇଲା, କାଗଜ, ସଙ୍ଗୀତ ଗାଇବା, ଆଦି ଏହି ସବୁ କ୍ଷେତ୍ରରେ ଏହି ରାଶିର ଲୋକେ କାର୍ଯ୍ୟ କରୁଥିବାର ନଜର ଆସିଥାନ୍ତି । ଯଦି ଗ୍ରହ ଅଶାନ୍ତି ରହିଥାଏ । ତେବେ ବୁଧବାରକୁ ଯଦି ସୁନାକୁ ପୂଜା କରି ପିନ୍ଧିଥାନ୍ତି । ତେବେ ସମସ୍ତ ଗ୍ରହ ଦୋଷ ଦୂର ହୋଇଥାଏ । ଏହି କନ୍ୟା ରାଶିର ଶୁଭ ରଙ୍ଗ ହେଉଛି ସବୁଜ ଏବଂ ଧଳା ରଙ୍ଗ । ଅଶୁଭ ରଙ୍ଗ ନାଲି ରଙ୍ଗ ।

 

ଜୀବନରେ ଅଳ୍ପ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସମାଜରେ ଅମଣ ସମ୍ମାନ ଭଲ ରହିଥାଏ । ଜୀବନରେ ଶତ୍ରୁ ବୃଦ୍ଧି ହୋଇ ପାରନ୍ତି । ତେଣୁ ଆପଣଙ୍କୁ ସବୁବେଳେ ସଜାଗ ହୋଇ ରହିବାକୁ ପଡିବ । ଭଲ ଖାଇବା ଓ ପିନ୍ଧିବାରେ ବହୁତ ସଉକି ରହିଥାଏ । 18 ରୁ 26 ବର୍ଷ ମଧ୍ୟରେ କନ୍ୟା ରାଶିର ବିବାହ ଯୋଗ ରହିଥାଏ । ଶୁଭ ବାର ବୁଧବାର ଏବଂ ଘାତବାର ଶନିବାର ।

ଅଧିକ ଖର୍ଚ କରିଲେ ଅସୁବିଧା ହୋଇଥାଏ । ହେଲେ ଦରକାର ସମୟରେ ଧନ ପ୍ରାପ୍ତି ହୋଇଥାଏ । 18 ରୁ 36 ବର୍ଷ ମଧ୍ୟରେ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଥାଏ । ହେଲେ 36 ବର୍ଷ ପରେ ଜୀବନରେ କିଛି ବଡ ଧରଣର କାର୍ଯ୍ୟ ସଫଳ ହୋଥାଏ । ଏମାନେ ବହୁତ ପରୋପକାରୀ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button