IBN ଓଡ଼ିଶା ବ୍ୟୁରୋ

ଜମ୍ମୁ କଶ୍ମୀରରେ ୩ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ମ୍ମୁ ଓ କଶ୍ମୀରରେ କୁପଓ୍ଵାଡା ଏବଂ ରଜୌରୀରେ ୩ ଆତଙ୍କବାଦୀ ନିହତ । ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଗୁଇନ୍ଦା ସୂଚନା ଆଧାରରେ ମଧ୍ୟରାତ୍ରିରୁ ସେନା ଅପରେସନ ଆରମ୍ଭ କରିଥିଲା ।

ଏଲଓସି ନିକଟରେ ଦୁଇଟି ସ୍ଥାନରେ ଏନକାଉଣ୍ଟର ହୋଇଥିଲା । କୁପଓ୍ଵାଡା ରେ ଜଣେ ଓ ମଚାଲରେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି ।

କିଛି ମାସ ହେବ ଜମ୍ମୁ ଓ କଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବଢିଛି । ଜମ୍ମୁରେ ପ୍ରାୟ ୪୦ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ରହିଛି । ମାସକ ପରେ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ରହିଛି । ତେଣୁ ଅନୁପ୍ରବେଶ ବଢିବା ଆଶଙ୍କା ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବ । ୯୦ଟି ସିଟରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ହେବ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ଏବଂ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ୍‌ ଗଣତି ଏବଂ ନିର୍ବାଚନର ଫଳାଫଳ ଅକ୍ଟୋବର ୪ରେ ଆସିବ । ଏହା ପୂର୍ବରୁ ଜମ୍ମୁ କଶ୍ମୀରରେ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା । ସେତେବେଳେ ଏହା କେନ୍ଦ୍ର ଶାସିତ ପ୍ରଦେଶ ଥିଲା । ଏହି ନିର୍ବାଚନରେ ପିଡିପି ୨୮ ସିଟ, ବିଜେପି ୨୫ ସିଟ ଏବଂ ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ ୧୫ ସିଟ୍‌ ଏବଂ କଂଗ୍ରେସ ୧୨ ସିଟରୁ ଜିତିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button