ମନୋରଞ୍ଜନ

ମୋ ପାଇଁ କିଭଳି ପୋଷାକ ତିଆରି କରିବ; ଉର୍ଫିଙ୍କ ପ୍ରଶ୍ନର ଏଭଳି ଉତ୍ତର ଦେଲେ ୟୁଟ୍ୟୁବର ଏଲଭିଶ – Ibnodisha

[ad_1]

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ସ୍କ୍ରୁ ଲାଗିଥିବା ପୋଷାକ ପିନ୍ଧି ବିସ୍ ବସ୍ ଓଟିଟି-୨ରେ ପହଞ୍ଚିଥିବା ଦେଖାଯାଇଛି।

ତାଙ୍କର ଏଭଳି ପୋଷାକ ଦେଖି ବିସ୍ ବସ୍ ଓଟିଟି-୨ର ପ୍ରତିଯୋଗୀମାନେ ଆଶ୍ଚର୍ଯ୍ୟ ହେବା ସହ ପ୍ରତିଯୋଗୀ ଏଲଭିଶ ଯାଦବ ଉର୍ଫିଙ୍କ ପାଇଁ ପୋଷାକ ଡିଜାଇନ କରିବେ ବୋଲି କହିଥିଲେ। ଅଭିନେତ୍ରୀ ତଥା ବିସ୍ ବସ୍ ଓଟିଟି-୨ର ପ୍ରତିଯୋଗୀ ପୂଜା ଭଟ୍ଟ ଉର୍ଫିଙ୍କୁ ‘କିମ୍ବଦନ୍ତୀ’ ବୋଲି କହିଥିବାବେଳେ ବେବିକା ଧୁର୍ବେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ। ଏହି ସମୟରେ ଉର୍ଫି, ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସହ ଥଟ୍ଟା କରିଥିବା ଦେଖାଯାଇଥିଲା। ଏହା ପରେ ୟୁଟ୍ୟୁବର୍ ଉର୍ଫି ପାଇଁ ଏକ ପୋଷାକ ଡିଜାଇନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ସୂଚନା ମୁତାବକ, ଉର୍ଫି ଜାଭେଦ୍ ଏଲଭିଶ ଯାଦବଙ୍କ ନିକଟକୁ ଯାଇ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ମୋ ପାଇଁ କିଭଳି ପୋଷାକ ଡିଜାଇନ୍ କରିବାକୁ ଚାହୁଁଛନ୍ତି। ଉତ୍ତରରେ ଏଲଭିଶ କହିଥିଲେ, “ମୁଁ ତିଆରି କରିବି, ସାଲୱାର ସୁଟ୍।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button