15 ଦିନରେ ଥରେ ପିଅନ୍ତୁ, ସବୁବେଳେ ସୁସ୍ଥ ରହିବ ଆପଣଙ୍କ Kidney, କିଡ୍ନୀର ସବୁ ଆବର୍ଜନା ବି ବାହାରିଯିବ

କିଡନୀ ଖରାପ ହୋଇଯିବା, ପଥର ହୋଇଯିବା, କାମ ନ କରିବା ହେଲେ ଏହାକୁ ଆମେ କିଡନୀ ରୋଗ କହିଥାଉ । ଆଗରୁ କିଡନୀ ରୋଗ କିଛି ନ ଥିଲା । କିନ୍ତୁ ଏବେ ଏତେ ଅଧିକ ଦେଖାଯାଉଛି କି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକେ ଡାକ୍ତରଙ୍କ ପାଖକୁ ଗଲେ ଡାକ୍ତର ଆପଣଙ୍କୁ କହିବେ କି କିଡନୀ ଖରାପ ହୋଇଯାଇଛି । କେବେ ପେଟରେ କଷ୍ଟ ହେଲା ଆଉ ଜଣାପଡିଲା କିଡନୀରେ ଷ୍ଟୋନ ହୋଇଯାଉଛି ଆଉ କେବେ କିଡନୀ ଫେଲୟୁର ଭଳି ସମସ୍ଯା ଦେଖାଯାଏ ।
କିଡନୀ ଖରାପ ହେବାର ମୁଖ୍ୟ କାରଣ ଆଜିକାଲିର ବିଷାକ୍ତ ଖାଦ୍ଯ । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ କିଡନୀ ସବୁବେଳେ ସୁସ୍ଥ ରହିବ । ଏହି ରେମେଡି ତିଆରି କରିବା ପାଇଁ ଏକ ପାତ୍ରରେ ଦୁଇ ଗ୍ଳାସ ପାଣି ନିଅନ୍ତୁ । ତା ପରେ ୧୦୦ ଗ୍ରାମ ଧନିଆ ପତ୍ର ନିଅନ୍ତୁ । ଏବେ ଫାଳେ ଲେମ୍ବୁ କାଟିକି ପକାନ୍ତୁ । ଲେମ୍ବୁ କୁ ଚୋପା ସହ ପକାଇ ଦିଅନ୍ତୁ । ଏହା ପରେ ଏକ ଚାମଚ ଜୀରା ପକାନ୍ତୁ । ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ଦୁଇ ଗ୍ଳାସ ପାଣି ଫୁଟି ଫୁଟି ଏକ ଗ୍ଳାସ ନ ହୋଇଛି ।
ଦ୍ଵିତୀୟ ରେମେଡି ପାଇଁ ଆବଶ୍ୟକ ମକାରୁ ବାହାରୁଥିବା ଚୁଟି । ଏହି ଚୁଟି ବହୁତ ଲାଭଦାୟକ ଅଟେ କିଡନୀ ର ଫିଡ୍ରେସନ କୁ ବଢାଇବା ପାଇଁ । ଦୁଇ ଗ୍ଳାସ ପାଣି ଏକ ପାତ୍ରକୁ ନିଅନ୍ତୁ । ଏବେ ସେଥିରେ ଏକ ତାଟିଆ ମକା ଚୁଟି ନିଅନ୍ତୁ । ତା ପରେ ଅଧ ଲେମ୍ବୁ ଚୋପା ସହ ପକାନ୍ତୁ । ଏବେ ଏହାକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ଏକ ଗ୍ଳାସ ନ ହୋଇଛି ।
ଏହି ପାଣି ଫୁଟି ଅଧ ଗ୍ଳାସ ରହିବା ପରେ ଛାଣି ନିଅନ୍ତୁ । ପ୍ରଥମ ସପ୍ତାହରେ ପ୍ରଥମ ରେମେଡି କୁ ସେବନ କରିବା ପରେ ଦ୍ଵିତୀୟ ସପ୍ତାହରେ ଏହି ଡ୍ରିଂକ୍ସ କୁ ଖାଲି ପେଟରେ ସେବନ କରନ୍ତୁ । ଯେବେ ଆପଣଙ୍କ ଶରୀରର ଶକ୍ତି ବଢିବାରେ ଲାଗିବ ବା ହାତ ଗୋଡ ଫୁଲା କମ ହେବାରେ ଲାଗିବ ତେବେ ଏହି ଉପଚାର ବହୁତ ଭଲ ରେଜଲ୍ଟ ଦେଲା ବୋଲି ଜାଣିବେ ।