ଦେଶ

ଶେଷ ହୋଇଗଲା କି ଇମ୍ରାନ ଖାଁଙ୍କ ରାଜନୈତିକ କ୍ୟାରିୟର ? – Ibnodisha

[ad_1]

ଇସଲାମାବାଦ: ଦୁର୍ନୀତି ମାମଲାରେ ଜେଲଯିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ରାଜନୈତିକ କ୍ୟାରିୟର ବି ଶେଷ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି । କାରଣ ସେ ଆଗାମୀ ୫ ବର୍ଷ ପାଇଁ ନିର୍ବାଚନ ଲଢିପାରିବେ ନାହିଁ ।

ପାକିସ୍ତାନ ନିର୍ବାଚନ କମିସନ  ମଙ୍ଗଳବାରଦିନ ଇମ୍ରାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। ତୋଶାଖାନା ମାମଲାରେ ବିଦେଶୀ ନେତାଙ୍କଠାରୁ ମିଳିଥିବା ଉପହାର ବିକ୍ରିରୁ ମିଳିଥିବା ଆୟକୁ ଲୁଚାଇବା ପାଇଁ ଇମ୍ରାନ ଖାଁଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି ଓ ଜେଲ ପଠାଯାଇଛି । ଅର୍ଥାତ୍ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ୫ ବର୍ଷ ପର୍ଯ୍ୟନ୍ତ ସଂସଦର ସଦସ୍ୟ ହୋଇପାରିବେ ନାହିଁ। ତେବେ ଇମ୍ରାନ ଖାଁଙ୍କ ଦଳର ସାଧାରଣ ସମ୍ପାଦକ ଅସଦ ଉମର କହିଛନ୍ତି ଯେ କମିଶନଙ୍କ ନିଷ୍ପତ୍ତିକୁ ଇସଲାମାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ। ତେବେ କେତେକ ବିଶେଷଜ୍ଞଙ୍କ ମତରେ ଇମ୍ରାନ ଜେଲ ଯିବା ପରେ ତାଙ୍କ ଦଳ ଦୁର୍ବଳ ହୋଇପଡ଼ିବ ଓ ନେତୃତ୍ବ ସଂକଟ ଦେଖାଯିବ ।

ପାକିସ୍ତାନୀ ନ୍ୟୁଜ୍ ପୋର୍ଟାଲ ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ ଶାସକ ମେଣ୍ଟ ସରକାରର ସାଂସଦମାନେ ଚଳିତ ମାସରେ ୭୦ ବର୍ଷୀୟ ଇମ୍ରାନଙ୍କ ବିରୋଧରେ ନିର୍ବାଚନ କମିସନ (ଇସିପି)ଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ଦୁର୍ନୀତି ମାମଲାରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଥିଲେ। ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ତୋଶଖାନା ମାମଲାର ଶୁଣାଣି ପରେ ଇସିପି ଏହାର ରାୟ ସଂରକ୍ଷିତ ରଖିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button