ରାଜ୍ୟ
ମାରଣାସ୍ତ୍ର ଦେଖାଇ ଡକାୟତି, ସୁନାଗହଣା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ନୀଳଗିରି, ୩୦/୮ : ମଧ୍ୟରାତ୍ରୀରେ ଡକାୟତି। କାରରେ ଆସି ଲୁଟିନେଲେ ଗହଣା ଓ ୭୦ ହଜାର ଟଙ୍କା। ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁର ପଣ୍ଡାସାହି ଗାଁର ବଂଶୀଧର ପଣ୍ଡା ଘରେ ଏହି ଲୁଟ୍ ହୋଇଛି।
ସୂଚନାନୁଯାୟୀ, ଗୁରୁବାର ରାତି ସାଢ଼େ ୧୨ଟା ସମୟରେ ଏକ କାରରେ ୪ ରୁ ୫ ଜଣ ଯୁବକ ଗୋପୀନାଥପୁର ପଣ୍ଡାସାହି ଗାଁର ବଂଶୀଧର ପଣ୍ଡାଙ୍କ ଘର ପାଖରେ ପହଞ୍ଚିଥିଲେ।
ଗାଡି ଶବ୍ଦ ଶୁଣି ବଂଶୀଧରଙ୍କ ପୁଅ ଶୁଭ୍ରଜିତ ବାହାରକୁ ବାହାରି ଆସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବଂଶୀଧରଙ୍କ ଘର ଲୋକଙ୍କୁ ଖଣ୍ଡା ଦେଖାଇ ଗଡରେଜ ଖୋଲିବାକୁ କହି ଟଙ୍କା ଓ ଗହଣା ଲୁଟି ନେଇଥିଲେ। ଗଲାବେଳେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ତେବେ ଏହି ଘଟଣା ପରେ ଘର ଲୋକ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।