ଗରମ ନଡିଆ ତେଲରେ ହୀରା ପରି ଚମକାନ୍ତୁ ଚେହେରା, ସକାଳୁ ଉଠିବା ମାତ୍ରେ ମାତ୍ର 10 ମିନିଟରେ ପାଆନ୍ତୁ ଗ୍ଲୋଇଙ୍ଗ ସ୍କିନ
। ସୂଚନା ଅନୁସାରେ ଗୋରା ଓ ଚମକଦାର ଚେହେରା ପାଇବା ପାଇଁ କିଏ ଅବା ମନ ବଳାଇ ନଥାଏ । ସେଥିପାଇଁ ବିଭିନ୍ନ ପ୍ରକାର ଫେସ ପ୍ୟାକ ପ୍ରସ୍ତୁତ କରି ନିଜ ମୁହଁରେ ଲଗାଇଥାନ୍ତି । ଖାସ୍ କରି ଶୀତ ଦିନେ ଚେହେରା ସୁସ୍ଖ, କଳା ଓ ନିର୍ଜୀବ ହୋଇଯାଇଥାଏ । କାରଣ ମୁହଁରେ ଏପରି ଡ୍ରାଏ ଆସିଯାଇଥାଏ । ଯାହା ଦ୍ଵାରା ମୁହଁରେ କୌଣସି ପ୍ରକାର ମେକପ କରିବାକୁ ହିଁ ଇଛା ହୋଇନଥାଏ ।
ତେଣୁ ଆଜି ଏପରି ଏକ ରେମିଡି ପ୍ରସ୍ତୁତ କରି ନିଜ ଫେସରେ ଲଗାଇବେ । ଯାହାକୁ ଲଗାଇବା ଦ୍ଵାରା ମୁହଁରେ ଏକ ଅଲଗା ପ୍ରକାର ଚମକ ଦେଖିବାକୁ ପାଇବେ । ଏହି ରେମିଡି ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି । ସେହି ସବୁ ସାମଗ୍ରୀ ଆପଣଙ୍କୁ ବହୁତ ଆରାମରେ ମିଲିଜାପାଇପାରେ । ଏଥିପାଇଁ ୪ ଟି ସାମଗ୍ରୀର ଆବଶ୍ୟକତା ରହିଛି ।
ତାପରେ ଆପଣ ଏହାକୁ ନିଜ ମୁହଁରେ ଲଗାଇବା ପୂର୍ବରୁ ପ୍ରଥମେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ପରିଷ୍କାର କରି ପୋଛିଦେବେ । ତାପରେ ପ୍ରସ୍ତୁତ କରିଥିବା ରେମିଡିକୁ ଆଣି ନିଜ ମୁହଁରେ ଭଲ ଭାବରେ ସବୁ ଆଡେ ଲଗାଇଦେବେ । ଆପଣ ଚାହିଁଲେ ଏହାକୁ ହାତରେ ମାସଜ କରିପାରିବେ । ନଚେତ ସବୁଠାରୁ ଭଲ ଫାଇଦା ଯଦି ଆପଣ ଏହାକୁ ଚାମଚର ପଛ ପଟ ସାହାଜ୍ଯରେ ନିଜ ମୁହଁରେ ଭଲ ଭାବରେ ମାଲିଶ କରିପାରିବେ ।
୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଏହିପରି ମସାଜ କରିବେ । ତାପରେ କୌଣସି ଏକ କପଡା ସାହାଜ୍ଯରେ ମୁହଁକୁ ପୋଛି ଦେବେ । ଯଦି ରାତିରେ କରନ୍ତି, ତେବେ ସକାଳୁ ମୁହଁକୁ ଧୋଇବେ । ଯଦି ସକାଳେ ଏହାକୁ ଲଗାଇଥାନ୍ତି । ତେବେ ଲଗାଇବାର କିଛି ଘଣ୍ଟା ପରେ ମୁହଁକୁ ଥଣ୍ଡା ପାଣି ସାହାଜ୍ଯରେ ଧୋଇଦେବେ ।
ଏହାକୁ ଆପଣ ପ୍ରତିଦିନ କିମ୍ବା ୨ ରୁ ୩ ଛାଡି ମଧ୍ୟ ଲଗାଇପାରିବେ । କିଛି ଦିନ ଏହାକୁ ଲଗାଇବା ପରେ ଆପଣ ନିଜେ ନିଜର ଚେହେରାରେ ସୁନ୍ଦରତାର ଚମକ ଦେଖିବାକୁ ପାଇବେ ।