IBN ଓଡ଼ିଶା ବ୍ୟୁରୋ

ହେମା କମିଟି ରିପୋର୍ଟକୁ ପ୍ରଶଂସା କଲେ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ

ନୂଆଦିଲ୍ଲୀ: କେରଳରେ ଚାଲିଥିବା ‘ମି ଠୁ’ ବିବାଦ ପ୍ରସଂଗରେ ନିଜର ମୁହଁ ଖୋଲିଛନ୍ତି ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ। ସେ ହେମା କମିଟି ରିପୋର୍ଟକୁ ପ୍ରଶଂସା କରିଛନ୍ତି। ଯେଉଁଥିରେ କେରଳର ‘ମି ଠୁ’ ପ୍ରସଂଗରେ ଅନେକ କଳାକାର ସେମାନଙ୍କ ମତାମତ ରଖିଛନ୍ତି।

ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଯୌନ ଉତ୍ପୀଡ଼ନ ସମ୍ପର୍କରେ ସମାନ ପଦକ୍ଷେପ ନେବାକୁ ସେ ତେଲେଙ୍ଗାନା ସରକାରଙ୍କୁ ଅନୁରୋଧ କରିଛନ୍ତି।

ଯାହା ମହିଳାମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ସାମନ୍ଥା ରୁଥ୍ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର୍ କରି କହିଛନ୍ତି ଯେ, ‘‘ଆମେ, ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମହିଳାମାନେ ହେମା କମିଟି ରିପୋର୍ଟକୁ ସ୍ୱାଗତ କରୁଛୁ ଏବଂ କେରଳରେ ଡବ୍ଲୁସିସିର ନିରନ୍ତର ଉଦ୍ୟମକୁ ପ୍ରଶଂସା କରୁଛୁ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏଠାରେ ତେଲେଙ୍ଗାନା ସରକାରଙ୍କୁ ଅନୁରୋଧ କରୁଛୁ, ଯୌନ ଉତ୍ପୀଡ଼ନ ଉପରେ ଦାଖଲ ହୋଇଥିବା ସବ କମିଟି ରିପୋର୍ଟ ପ୍ରକାଶ କରିବାକୁ। ଯାହା ଦ୍ବାରା ମହିଳାମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ପ୍ରତିଷ୍ଠା କରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button