IBN ଓଡ଼ିଶା ବ୍ୟୁରୋ

ସୁପ୍ରିମକୋର୍ଟର ପତାକା ଓ ଚିହ୍ନ ଉନ୍ମୋଚନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ନୂଆ ପତାକା ଓ ଚିହ୍ନ ଉନ୍ମୋଚନ କରିବେ। ଚଳିତ ଜାତୀୟ ଜିଲ୍ଲା ନ୍ୟାୟପାଳିକା ସମ୍ମିଳନୀରେ ସେ ଉଦବୋଧନ ଦେବେ। ସୁପ୍ରିମକୋର୍ଟ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଭିତ୍ତିଭୂମି, ଅଦାଲତ, ନ୍ୟାୟିକ ନିରାପତ୍ତା, ମାମଲା ପରିଚାଳନା ଏବଂ ପ୍ରଶିକ୍ଷଣ ସମେତ ଜିଲ୍ଲା ନ୍ୟାୟପାଳିକା ପ୍ରସଙ୍ଗରେ ପାଞ୍ଚଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଗତକାଲି ଏହି ସମ୍ମିଳନୀକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ ପାଲଟିଛି। ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅନେକ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ଏହାକୁ ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button