IBN ଓଡ଼ିଶା ବ୍ୟୁରୋ

ବିଶ୍ବର ୬ଟି ସ୍ଥାନରେ ରହିଛି ଭାରତୀୟ ମିଲିଟାରୀ ବେସ୍, ଜାଣନ୍ତୁ କେଉଁଠି ?

ନୂଆଦିଲ୍ଲୀ ୦୧।୦୯: ସାରା ବିଶ୍ବରେ ଭାରତର ଦବଦବା । ଦୁନିଆର କୋଣ ଅନୁକୋଣରେ ରହିଛି ଭାରତୀୟ ମିଲିଟାରୀ ବେସ୍ । ତାଜିକିସ୍ତାନର ଦକ୍ଷିଣ କ୍ଷେତ୍ରରେ ରହିଛି ଭାରତୀୟ ମିଲିଟାରୀ ବେସ୍ । ଯାହାର ନାଁ ଫରଖୋର ଏୟାର ବେସ୍ । ଏହା ଭାରତ ବାହାରେ ହୋଇଥିବା ପ୍ରଥମ ମିଲିଟାରୀ ବେସ୍ । ଏହାକୁ ତାଜିକ ବାୟୁସେନା ସହଯୋଗରେ ସ୍ଥାପନ କରାଯାଇଛି ଏବଂ ଏହା ଭାରତୀୟ ବାୟୁସେନାକୁ ମଧ୍ୟ ଏସିଆରେ ଏକ ରଣନୈତିକ ଚୌକି ପ୍ରଦାନ କରୁଛି ।

 

ସେହିପରି ହିମାଚଳର ଭୁଟାନରେ ରହିଛି ଭାରତୀୟ ମିଲିଟାରୀ ବେସ୍ । ଏଠାରେ ଭାରତୀୟ ସୈନ୍ୟ ପ୍ରଶିକ୍ଷଣ ଟିମ୍ IMTRAT ଜରିଆରେ ନିଜର ସ୍ଥିତି ବଜାୟ ରଖିଛି । ‘ହା’ରେ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ର ରୟାଲ ଭୁଟାନ ଆର୍ମି ଏବଂ ରୟାଲ ବଡିଗାର୍ଡ ଅଫ୍ ଭୁଟାନକୁ ପ୍ରଶିକ୍ଷଣ ଦିଏ ।

 

ମେଡାଗାଷ୍କରରେ ଥିବା ଭାରତୀୟ ମିଲିଟାରୀ ବେସ୍ । ଏହି ବେସ୍ ଦ୍ବୀପରାଷ୍ଟ୍ରର ଉତ୍ତର ଭାଗ ଉପରେ ନଜର ରଖିଥାଏ । ୨୦୦୭ରେ ଏହାକୁ ସ୍ଥାପନ କରାଯାଇଥିଲା । ଏହା ବିଦେଶୀ ଇଲେକ୍ଟ୍ରୋନିକ୍ ଗୁପ୍ତ ସୂଚନା ଏକାଠି କରିବା ଭଳି କାମ କରିଥାଏ । ମରିସସ୍ର ଅଗାଲେଗା ଦ୍ବୀପର ଭାରତୀୟ ମିଲିଟାରୀ ବେସ୍ । ସଂଯୁକ୍ତ ଭାରତ-ମରିସସ୍ର ସହଯୋଗରେ ଏହାକୁ ନିର୍ମାଣ କରାଯାଇଛି ।

 

ଓମାନରେ ଥିବା ଭାରତୀୟ ମିଲିଟାରୀ ବେସ୍ ରାସ ଅଲ ହଦ୍ରେ ଏବଂ ବନ୍ଦରଗାହ ସହରର ଦୁକମରେ ରହିଛି । ଏହି ଭାରତୀୟ ମିଲିଟାରୀ ବେସ୍ ଭାରତୀୟ ନୌସେନା ଏବଂ ବାୟୁସେନାର କେନ୍ଦ୍ରବିନ୍ଦୁ । ଭାରତୀୟ ନୌସେନାର ସହାୟ ହେବା ସହ ମେଣ୍ଟେନାନ୍ସ ପରି ସେବା ଯୋଗାଇଥାଏ । ସିଙ୍ଗାପୁର ସହାୟତାରେ ଭାରତ ଚାଙ୍ଗି ନୌସେନା ବେସ୍ ସ୍ଥାପନ କରିଛି । ଏହା ଭାରତୀୟ ନୌସେନାର ମେଣ୍ଟେନାନ୍ସ ଦାୟିତ୍ୱ ବହନ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button