ରାଜ୍ୟ

ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ ବାହାରିଲେ ଛାତ୍ରଛାତ୍ରୀ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ

କୋଣାର୍କ ୩।୯: ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ ବାହାରିଲେ ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ।

ପୁରୀ ଜିଲ୍ଲା ଗୋପ ବ୍ଲକ ବରିମୁଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଲ୍ଲାଶ ମଲ୍ଲିକ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା ।

ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ସୋମବାର ନିଲମ୍ବିତ କରିଥିଲେ । ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଉଦ୍ଦେଶ୍ୟମୂଳକ ଭାବେ କରିଥିବା ମିଥ୍ୟ ଅଭିଯୋଗର ତଦନ୍ତ କରାନଯାଇ ତାଙ୍କୁ ଅନ୍ୟାୟରେ ନିଲମ୍ବିତ କରାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ନିଲମ୍ବନ ଆଦେଶ ପ୍ରତ୍ୟାହୃତ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button