IBN ଓଡ଼ିଶା ବ୍ୟୁରୋ

କୋଲକାତା ବଳାତ୍କାର-ହତ୍ୟା ଘଟଣାରେ ବଡ଼ ଖୁଲାସା, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

କୋଲକାତା,୩।୯: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସହ ଘଟିଥିବା ଅତ୍ୟାଚାରରେ ଏକ ବଡ଼ ଖୁଲାସା ହୋଇଛି। ଯେଉଁ ରାତିରେ ବଳାତ୍କାର-ହତ୍ୟା ଘଟଣା ଘଟିଥିଲା, ସେଠାରେ ଥିବା ଡାକ୍ତର ଗୁରୁତର ଅଭିଯୋଗ ଆଣିଛନ୍ତି । ଡାକ୍ତର କୋଲକାତା ପୋଲିସ ବିରୋଧରେ ବଡ ଅଭିଯୋଗ ଆଣି କହିଛନ୍ତି ପୋଲିସ ମିଛ କହୁଛି ।

ମେଡିକାଲ ୱାର୍ଡରେ କୌଣସି ଏସ୍‌ଓପି ଅନୁସରଣ କରାଯାଇନଥିଲା।

ସେହି ରାତିରେ ଏମରଜେନ୍ସି ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି, ପୋଲିସ ମିଛ କହୁଛି। ଚଏମରଜେନ୍ସି ମେଡିକାଲ ବୋର୍ଡରେ ଏସ୍‌ଓପି ଅନୁସରଣ କରାଯାଇ ନଥିଲା। ଯେଉଁଥିରେ ମୃତ୍ୟୁ ସମୟ ଏବଂ ପୋଷ୍ଟମର୍ଟମ ପ୍ରକ୍ରିୟା ବିଳମ୍ବ ହୋଇଥିଲା।

ଡାକ୍ତର କହିଛନ୍ତି, ପୋଷ୍ଟମର୍ଟମ ଆର.ଜି କର ମେଡିକାଲ କଲେଜରେ କରାଯାଇଥିଲା। ହେଲେ ଆନ୍ଦୋଳନ ତଥା ସ୍ବଚ୍ଛତା ଦାବି ମଧ୍ୟରେ ଏହା ଅନ୍ୟ ମେଡିକାଲ କଲେଜରେ କରାଯିବାର ଥିଲା। ପୋଲିସର କର୍ଡନ ଏବଂ ଭାଇରାଲ ଭିଡିଓର ଅସଙ୍ଗତି ସନ୍ଦେହ ବଢାଉଛି କି କ୍ରାଇମସିନରେ ପ୍ରମାଣ ନଷ୍ଟ କରାଯାଇଥାଇପାରେ।

ସୋମବାର ସିବିଆଇ ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କୁ ଗିରଫ କରିଛି। ସନ୍ଦୀପ ଘୋଷଙ୍କୁ ଗିରଫ କରିବାର ଏକ ଘଣ୍ଟା ମଧ୍ୟରେ ସିବିଆଇ ଅଧିକାରୀମାନେ ଆଉ ତିନି ଜଣଙ୍କୁ ଗିରଫ କରିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button