IBN ଓଡ଼ିଶା ବ୍ୟୁରୋ

ପୂଜାପାଠ, ଦାନ ଧର୍ମ କରୁଥବା ଲୋକ କାହିଁକି ଅଧିକ ଦୁଃଖ କଷ୍ଟ ଭୋଗିଥାନ୍ତି ?

ସୂଚନା ଅନୁସାରେ ସମସ୍ତ ମନୁଷ୍ୟକୁ ତାର କର୍ମ ଅନୁସାରେ ଫଳ ମିଳିଥାଏ । କାରଣ ଭଲ କର୍ମର ଫଳ ସର୍ବଦା  ଭଲ ହୋଇଥିବା ବେଳେ ଖରାପ କର୍ମର ଫଳ ସର୍ବଦା ଖରାପ ହିଁ ହୋଇଥାଏ । ବହୁତ ଲୋକଙ୍କର ମନରେ ପ୍ରଶ୍ନ ରହିଥାଏ । ଯେଉଁ ଲୋକ ମାନେ ଭଲ କର୍ମ କରିଥାନ୍ତି ତାଙ୍କ ଅପେକ୍ଷା ଖରାପ ଲୋକ ମାନେ ଅଧିକ ଭଲରେ ଚଳିଥାନ୍ତି କାହିଁକି ? ଏହି କଥାର ତାତ୍ପର୍ଜ୍ୟ ବୁଝିବା ପାଇଁ ଏକ ଗପ କହିବା ପାଇଁ ଯାଉଛୁ । ଜଣେ ଗୁରୁଜୀଙ୍କର ୨ ଟି ପୁତ୍ର ସନ୍ତାନ ଥିଲେ ।

 

ସେଥିମଧ୍ୟରୁ ଜଣେ ଭଲ ଓ ଇଶ୍ଵର ବିଶ୍ଵାସୀ ହୋଇଥିବା ବେଳେ ଅନ୍ୟ ଜଣଟି ଖରାପ ସ୍ଵଭାବର ପୁତ୍ରଟି ଥିଲା । ଭଲ ପୁତ୍ର ସର୍ବଦା ନିଜକୁ ଭଲ କାମରେ ରତ କରିବା ସହିତ ଇଶ୍ଵରଙ୍କର ସାନିଧ୍ୟ ପାଇବା ପାଇଁ ଇଛା ରଖିଥାଏ । ଅପର ପକ୍ଷରେ ଯେଉଁ ପୁତ୍ରଟି ଖରାପ ସ୍ଵଭାବର ସେ ସବୁ ବେଳେ ନିଜକୁ ଖରାପ ମାର୍ଗରେ ପରିଚାଳିତ କରିବା ସହ ନାରୀ ମାନଙ୍କ ପ୍ରତି ଖରାପ ଆସକ୍ତି ରଖିଥାଏ ।

ଏକଦା ସମୟରେ ଭଲ ପୁତ୍ରଟି ମନ୍ଦିରକୁ ପୂଜା ପାଠ କରିବା ପାଇଁ ଯାଇଥିଲା । ସେହି ସମୟରେ ଅନ୍ୟ ପୁତ୍ରଟି ବେଶ୍ୟା ଘରକୁ ବେଶ୍ୟା ନାଚ ଦେଖିବା ପାଇଁ ଯାଇଥିଲା । ଭଲ ପୁତ୍ରଟି ଯେତେବେଳେ ମନ୍ଦିରରୁ ଫେରି ଘରକୁ ଆସିଲା । ସେହି ସମୟରେ ତାର ପାଦରେ କଣ୍ଟା ଫୁଟି ଯାଇ ରକ୍ତସ୍ରାବ ହୋଇଲା । ସେହି ସମୟ ପାଖାପାଖି ଯେତେବେଳେ ଖରାପ ପ୍ରକୃତିର ପିଲାଟି ବେଶ୍ୟା ଘରୁ ମନରଞ୍ଜନ କରି ଘରକୁ ଫେରୁଥିଲା ।

 

ସେ ବାଟରେ ଆସୁଥିବା ସମୟରେ ଏକ ସୁନାର ପୁଟୁଳି ପାଇଲା । ଯେଉଁ ପିଲାଟିର ପାଦରେ କଣ୍ଟା ଫୋଡି ହେଇଯାଇଥିଲା । ସେ ପିଲାଟି କାନ୍ଦି କାନ୍ଦି ଗୁରୁଜୀଙ୍କ ସହିତ ଦେଖା କରି ଗୁରୁଜୀଙ୍କୁ ସମସ୍ତ କଥା କହିଲା । ଗୁରୁଜୀ ମୁଁ ପୂଜା ସତ୍ସଙ୍ଗ କରି ଘରକୁ ଫେରିଲା ବାଟରେ ମୋ ଗୋଡରେ କଣ୍ଟା ଫୁଟି ଯିବାରୁ ରକ୍ତାତ ହୋଇଗଲି ।

ପରନ୍ତୁ ଭାଇ ବେଶ୍ୟା ସହିତ ମିଳା ମିଶା କରି ଖରାପ କାର୍ଯ୍ୟ କରି ଆସିଲା ବେଳେ ତାକୁ ବାଟରେ ଏକ ସୁନାର ପୁଟୁଳି ମିଳିଲା । ଗୁରୁଜୀ ଆପଣ କୁହନ୍ତୁ । ଭଗବାନଙ୍କର ଏହା କି ନ୍ୟାୟ ଓ ବିଚାର ଭଲ କାର୍ଯ୍ୟ କରୁଥିବା ମନୁଷ୍ୟ ସର୍ବଦା କଣ ପାଇଁ କଷ୍ଟ ଯନ୍ତ୍ରଣା ପାଇବ । ଗୁରୁଜୀ ଏହାର ଉତ୍ତର ଦେବାକୁ ଯାଇ କହିଲେ । ଏହା ସବୁ ନିଜ ନିଜ ଗତ ଜନ୍ମର କର୍ମର ଫଳ ହିଁ ହୋଇଥାଏ ।

 

ଯେଉଁ ପିଲାଟିକୁ ସୁନାର ପୁଟୁଳି ମିଳିଲା । ସେହି ପିଲାକୁ ଆଜିର ଦିନରେ ଅଧିକ ସୁନା, ଗହଣା ଧନ ସମ୍ପତି ପ୍ରାପ୍ତ ହେବାର ଥିଲା କିନ୍ତୁ ତାହାର ଏହି ଜନ୍ମର ଖରାପ କର୍ମ ଯୋଗୁ ସମସ୍ତ ପୂଣ୍ୟ ଫଳ ସରି ସରି କେବଳ ଏହି ସାମାନ୍ୟ ଛୋଟ ସୁନାର ପୁଟୁଳି ହୋଇଗଲା । ଏହା ଛଡା ତୁମକୁ ଆଜି ଦିନରେ ମୃତ୍ୟୁ ହେବାର ଯୋଗ ରହିଥିଲା କିନ୍ତୁ ତୁମର ଏହି ଜନ୍ମର ପୂଣ୍ୟଫଳ ଯୋଗୁ ସେହି ପାପର ଧୀରେ ଧୀରେ କ୍ଷୟ ହୋଇ ସାମାନ୍ୟ କଣ୍ଟା ଫୁଟିବା ଆଘାତରେ ପରିଣତ ହୋଇଗଲା ।

Related Articles

Leave a Reply

Your email address will not be published. Required fields are marked *

Back to top button