ନିଜ ପିଲାକୁ ଯଦି ମଣିଷ କରିବାକୁ ଚାହାଁନ୍ତି ତ ତା’କୁ ଏହି ଶିକ୍ଷା ନିଶ୍ଚୟ ଦିଅନ୍ତୁ
ସୂଚନା ଅନୁସାରେ ପରିବାର ଅନେକ ସଦସ୍ୟଙ୍କୁ ନେଇ ଗଢା ହୋଇଥାଏ । ନିଜର ସନ୍ତାନ ମାନଙ୍କୁ ଜୀବନର ଉପଯୁକ୍ତ ଅମୂଲ୍ୟ ଶିକ୍ଷା ଦେବା ଦ୍ଵାରା ହିଁ ପିଲା ଭବିଷ୍ୟତରେ ସଫଳ ବ୍ୟକ୍ତିତ୍ବରେ ଗଣା ହୋଇଥାଏ । ଆଜି ଆପଣ ପାରିବାରିକ ଜୀବନର କିଛି ତଥ୍ୟ ଓ ଅମୂଲ୍ୟ ଶିକ୍ଷା ଜାଣିବାକୁ ପାଇବେ । ୧୦ ରୁ ୧୨ ଟି ବିଦ୍ୟାଳୟର ପିଲାଙ୍କୁ ନେଇ ଏକ ସ୍ଥାନରେ ଏକ ଦୌଡ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା ।
ସେଠାରେ ଦୌଡ ପ୍ରତିଯୋଗୀତା ସରିଲା ପରେ ଦୌଡରେ ଉତ୍ତୀଣ୍ଣ ହୋଇଥିବା ପିଲାଙ୍କର ନାମ ଘୋଷଣା କରାଗଲା । ସେଠାରେ ଯେଉଁ ପିଲାଟି ପ୍ରଥମ ହୋଇଥିଲା ତାହାକୁ ୧୦୦୦ ଟଙ୍କା, ଯିଏ ଦିତୀୟ ହୋଇଥିଲା ତାହାକୁ ୫୦୦ ଟଙ୍କା ଓ ଯିଏ ତୃତୀୟ ହୋଇଥିଲା ତାକୁ ୨୦୦ ଟଙ୍କା ରାଶି ପ୍ରଦାନ କରାଗଲା । ଯେଉଁ ପିଲାକୁ ୧୦୦୦ ଟଙ୍କା ମିଳିଥିଲା ।
ସେ ସେହି ପଇସାକୁ ନିଜ ପକେଟରେ ସାଇତି କରି ନେଇଗଲା । ଯାହାକୁ ୫୦୦ ଟଙ୍କା ମିଳିଥିଲା ତାର ବାପା ଓ ମା ପିଲାକୁ ସେହି ପଇସା ନିଜ ପାଖରେ ରଖବାକୁ ଦେଇଦେଲେ । ଯେଉଁ ପିଲାକୁ ୨୦୦ ଟଙ୍କା ମିଳିଥିଲା ସେହି ପିଲା ତାର ପଇସାକୁ ତା ସହିତ ଦୌଡ ପ୍ରତିଯୋଗୀତାରେ ମିଶିଥିବା ୧୦ ଟି ପିଲା ମଧ୍ୟରେ ସମାନ ଭାଗରେ ବାଣ୍ଟି ସେହି ପଇସାରେ ଖାଇବାକୁ ଦେଇଥିଲା ।
କିଛି ବର୍ଷ ପରେ ପୁନଶ୍ଚ ସେହ ଜାଗାରେ ସବୁ ବିଦ୍ୟାଳୟର ବାପା ଓ ମାଙ୍କର ମିଳନ ହେଲା । ଯେଉଁ ପିଲାଟି କିଛି ବର୍ଷ ତଳେ ଦୌଡ ପ୍ରତିଯୋଗୀତାରେ ପ୍ରଥମ ହୋଇବା ସହିତ ଭଲ ପାଠ ପଢୁଥିଲା । ସେହି ପିଲାର ବାପା ଓ ମାଙ୍କୁ ଦେଖି ଅନ୍ୟ ମାନେ ପଚାରିଲେ । ଆପଣଙ୍କ ପୁଅ ଏତେ ଭଲ ପାଠ ପଢୁଥିଲା । ସେ ବର୍ତ୍ତମାନ କଣ କରୁଛି । ବାପା ଓ ମାଆ ଏହା ଶୁଣି ତାଙ୍କ ଆଖରୁ ଲୁହ ଆସିଗଲା ।
ସେହି ପିଲାର ବାପା କହିଲା ମୋ ପୁଅ ବର୍ତ୍ତମାନ ଆମେରିକାରେ ଚାକିରି କରୁଛି । ଆମ ସହିତ ମିଶି ରହୁନାହିଁ ଦରକାର ପଡିଲେ ପଇସା ଦେଇଦଉଛି । ଯେଉଁ ପିଲାଟି ଦୌଡ ପ୍ରତିଯୋଗୀତାରେ ଦିତୀୟ ସ୍ଥାନ ଅଧିକାର କରିଥିଲା । ତାଙ୍କ ବାପା ଓ ମାଆଙ୍କୁ ପଚରା ଗଲା ତୁମେ ପୁଅ ବର୍ତ୍ତମାନ କଣ କରୁଛି । ସେହି ପିଲାଟିର ବାପା କହିଲେ ପୁଅ ଚାକିରି କରି ତାପରେ ବାହା ହୋଇ ତା ସ୍ତ୍ରୀ ଓ ପିଲାଙ୍କୁ ନେଇ ବାହାର ରହୁଛି । ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାଟିର ବାପା ଓ ମାଙ୍କୁ ପଚରା ଗଲା ତୁମ ପୁଅ ବର୍ତ୍ତମାନ କେଉଁ କାମ କରୁଛନ୍ତି ।
ସେହି ପିଲାଟିର ବାପା ଓ ମାଆ ଉଭୟ କହିଲେ ଆମ ପୁଅ ସେତେବେଳ ସମୟରେ ଏତେ ଭଲ ପାଠ ପଢୁନଥିଲା ସତ କିନ୍ତୁ ଆମେ ତାକୁ ଜୀବନର ଉପଯୁକ୍ତ ଶିକ୍ଷା ଦେଇ ମଣିଷ କରାଇଛୁ । ସେ ଏବେ ଛୋଟ ବ୍ୟବସାୟ କରୁଛି ସେଥିରୁ ଯାହା ଆୟ ମିଳୁଛି । ସେଥିରେ ଆମ ପରିବାର ଖୁସିରେ ମିଶି ଚଳି ଯାଉଛୁ । ଆମ ପୁଅ ଆମ ସାଥିରେ ରହି ସବୁବେଳେ ଆମ ଭଲମନ୍ଦ ବୁଝୁଛି ।