IBN ଓଡ଼ିଶା ବ୍ୟୁରୋ
ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ କ୍ଷୀରି
ଆବଶ୍ୟକ ସାମଗ୍ରୀ: ଚିନି- ଆବଶ୍ୟକ ପରିମାଣରେ
କ୍ଷୀର- ୧ଲିଟର
ଚାଉଳ
କାଜୁ,କିସମିସ
କେସର
ଗୁଜୁରାତି
ଘିଅ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଚାଉଳକୁ ଧୋଇ ୩ କପ ପାଣିରେ ୧ଘଣ୍ଟା ଭିଜେଇ ରଖନ୍ତୁ। ତାପରେ ଏକ ଛୋଟ ପାତ୍ରରେ ୨ଚାମଚ କ୍ଷୀରରେ କେସର ଭିଜେଇ ଦିଅନ୍ତୁ। ଗ୍ୟାସରେ ଗୋଟିଏ ବଡ଼ ପାତ୍ରରେ କ୍ଷୀରକୁ ଗାଢ ହେବ ପର୍ଯ୍ୟନ୍ତ ଫୁଟାନ୍ତୁ।
କ୍ଷୀରରେ ଭିଜେଇ ଥିବା ଚାଉଳ ଓ ଚିନି ପକାଇ ୧୫ ମିନିଟ ଫୁଟାନ୍ତୁ। ତାପରେ ସେଥିରେ ଗୁଜୁରାତି, କେସର ମିଶ୍ରିତ କ୍ଷୀର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ୫ମିନିଟ ପର୍ଯ୍ୟନ୍ତ ମିଶ୍ରଣକୁ ଗ୍ୟାସରେ ରଖନ୍ତୁ। ଗୋଟିଏ ପାତ୍ରରେ ଅଳ୍ପ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲା ପରେ କାଜୁ, କିସମିସ ପକାଇ ଭାଜନ୍ତୁ। ତାକୁ କ୍ଷୀରିରେ ପକାଇ ଭଲ ଭାବରେ ଘାଣ୍ଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କେସର କ୍ଷୀରି ।