IBN ଓଡ଼ିଶା ବ୍ୟୁରୋ

ଏପରି ଏକ ଶିବଲିଙ୍ଗ; ଯିଏକି ପୂଜା ପାଇବା ପାଇଁ ଭକ୍ତଙ୍କୁ କରିଛନ୍ତି ଅପେକ୍ଷା

ନୂଆଦିଲ୍ଲୀ ୦୭।୦୯: ଦେବଭୂମୀ ଉତ୍ତରାଖଣ୍ଡକୁ ଭଗବାନ ଶିବଙ୍କ ସ୍ଥାନ କୁହାଯାଏ। ଏଠାରେ ଭଗବାନ ଶିବଙ୍କ ଆସ୍ଥାନ କୈଳାଶ ରହିଛି । ପୃଥିବୀରେ ଏପରି ଏକ ଶିବଲିଙ୍ଗ ରହିଛି,ଯାହା ଭକ୍ତଙ୍କ ଅପେକ୍ଷାରେ ରହିଛି । ବାସ୍ତବରେ ଏହି ଅନନ୍ୟ ଶିବଲିଙ୍ଗଙ୍କର ପୂଜା କରାଯାଏନି ।

 

ଉତ୍ତରାଖଣ୍ଡର ଚମ୍ପାବତ ଜିଲ୍ଲାର ହାଥିଆ ନୌଲା ଗାଁରେ ରହିଛି ଏହି ଶିବଲିଙ୍ଗ ।

ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି । କିମ୍ବଦନ୍ତୀ ଅନୁଯାୟୀ ଗାଁରେ ଜଣେ ଶିଳ୍ପୀ ରହୁଥିଲେ । ଦିନେ ସେ ଏକ ମୂର୍ତ୍ତି ତିଆରି କରୁବା ସମୟରେ ତାଙ୍କ ହାତ କଟି ଯାଇ ବହୁତ ରକ୍ତସ୍ରାବ ହୋଇଥିଲା । ଏହା ଦେଖି ଗ୍ରାମବାସୀ ତାଙ୍କୁ ପରିହାସ କଲେ।

 

ଶିଳ୍ପୀ ଜଣକ ହତାଶ ହୋଇ ଦକ୍ଷିଣ ଦିଗ ଆଡକୁ ଯାଇ ଏକ ପାହାଡରେ ପହଞ୍ଚିଥିଲେ । ସେଠାରେ ଏକ ପଥର କାଟି ରାତାରାତି ଏହି ଶିବଲିଙ୍ଗକୁ ତିଆରି କରି ଅଦୃଶ୍ୟ ହୋଇଗଲେ । ଗ୍ରାମବାସୀ ସକାଳେ ଏହି ଶିବଲିଙ୍ଗଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ଯେତେବେଳେ ପୁରୋହିତମାନେ ଶିବଲିଙ୍ଗକୁ ଦେଖିଥିଲେ ଜାଣିବାକୁ ପାଇଥିଲେ କି ଏହି ଲିଙ୍ଗ ଭୁଲ୍ ଦିଗରେ ରହିଥିଲା ।

 

ବାସ୍ତବରେ ଶିବଲିଙ୍ଗଟି ଉତ୍ତରରେ ନୁହେଁ ବରଂ ଦକ୍ଷିଣରେ ସ୍ଥାପନା କରାଯାଥିଲା । ଏହି ଜିନିଷ ଜାଣିବା ପରେ ପୁରୋହିତ ମାନେ ଏହି ଶିବଲିଙ୍ଗକୁ ପୂଜା କରିବାକୁ ମନା କରିଥିଲେ । ସେବେଠାରୁ ଏହି ଶିବଲିଙ୍ଗକୁ ପୂଜା କରୁନାହାନ୍ତି ଲୋକେ ।

Related Articles

Leave a Reply

Your email address will not be published. Required fields are marked *

Back to top button