IBN ଓଡ଼ିଶା ବ୍ୟୁରୋ

ଫୋନ୍ ଶୁଣୁଛି ବାର୍ତ୍ତାଳାପ, ମିଳିଲା ପ୍ରମାଣ

ନେକରନ୍ତୁ, ସାଙ୍ଗଙ୍କ ସହ କଥା ହେବା ବେଳେ ବିଭିନ୍ନ ପ୍ରସଙ୍ଗ ସହ ନୂଆ ଘଣ୍ଟା କିଣିବା ବାବଦରେ କଥା ହୋଇଛନ୍ତି, ଆଉ କଥା ସରିବା ପରେ ଯେବେ ଫୋନ୍ ଚେକ୍ କରୁଛନ୍ତି କେବଳ ଘଣ୍ଟାର ବିଜ୍ଞାପନ ଦେଖୁଛନ୍ତୁ। ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ବାସ୍ତବରେ କଣ ଫୋନ୍ ଆପଣଙ୍କ କଥା ଶୁଣୁଥିଲା, ଏ ସନ୍ଦେହ ଆସିବା ସ୍ୱାଭାବିକ।

ହେଲେ ଏ ସନ୍ଦେହ ମିଛ ନୁହେଁ, ଫୋନ୍ ନିଶ୍ଚିତ ରୂପେ ଆପଣଙ୍କ କଥା ଶୁଣୁଥିଲା କହିଲେ କିଛି ଭୁଲ୍ ହେବନି!

କାରଣ ଏକ ମାର୍କେଟିଂ ଏଜେନ୍ସି ମେଟା, ମାଇକ୍ରୋସଫ୍ଟ, ଗୁଗଲ୍ ଏବଂ ଆମାଜନ ପରି କମ୍ପାନୀଗୁଡିକ ସହ ସିଧାସଳଖ କାମ କରୁଥିବା ସ୍ୱୀକାର କରିଛି। କମ୍ପାନୀ କହିଛି ଯେ, ବାସ୍ତବରେ ଆପଣଙ୍କ ଫୋନରେ ଥିବା ଆପଗୁଡ଼ିକ ଆପଣଙ୍କର ମାଇକ୍ରୋଫୋନକୁ ପ୍ରବେଶ କରିଥାଏ ଏବଂ ଦୈନନ୍ଦିନ ବାର୍ତ୍ତାଳାପକୁ ଶୁଣିଥାଏ। ଏହା କିପରି ସମ୍ଭବ ହେଉଛି, ଜାଣନ୍ତୁ…

ହୁଏତ ବିଗ୍ ଟେକ୍ ସକ୍ରିୟ ଭାବରେ ଆପଣଙ୍କ କଥା ଶୁଣୁଛି
404 ମିଡିଆ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ବିଜ୍ଞାପନ ଏଜେନ୍ସି କକ୍ସ ମିଡିଆ ଗ୍ରୁପ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଆଧାରିତ ଆକ୍ଟିଭ୍ ଲିସନିଂ ସଫ୍ଟୱେର୍ ବ୍ୟବହାର କରୁଛି। ଏହା ଫୋନ୍ ନିକଟରେ ଘଟୁଥିବା ବାର୍ତ୍ତାଳପ ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଉଛି। ଏହା ଉପଭୋକ୍ତାଙ୍କ ରିଅଲ୍-ଟାଇମ୍ ଡାଟା ସଂଗ୍ରହ କରିଥାଏ। ଫଳରେ ଆପଣ ଯଦି କୌଣସି ସାମଗ୍ରୀ କିଣିବା ଉପରେ ଆଲୋଚନା କରନ୍ତି, ତେବେ ତାହା ତାର ବିଜ୍ଞାପନ ଦେଇଥାଏ।

ଡାଟା ସଂଗ୍ରହ ଓ ସୋର୍ସ (ଉତ୍ସ)
ଏକ ରିପୋର୍ଟ ଅନୁସାରେ, ଆକ୍ଟିଭ ଲିସନିଂ ସଫ୍ଟୱେର୍ 470ରୁ ଅଧିକ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରିଥାଏ। ଗ୍ରାହକଙ୍କ ଆଚରଣ ବିଧି ଏବଂ ଭଏସକୁ ମଧ୍ୟ ସଂଗ୍ରହ କରିଥାଏ।

ପୂର୍ବରୁ ବି ସଚେତନ କରିଥିଲା 404 ମିଡିଆ
ଆକ୍ଟିଭ ଲିସନିଂ ସଫ୍ଟେୱେର୍ ବିଷୟରେ ଏ ରିପୋର୍ଟ ପ୍ରଥମ ଥର ନୁହଁ। ଅନୁସନ୍ଧାନକାରୀ ପ୍ଲାଟଫର୍ମ 404 ମିଡିଆ ଗତ ବର୍ଷ ମଧ୍ୟରେ ଏକାଧିକ ଥର ଏହିପରି ରିପୋର୍ଟ ପ୍ରକାଶ କରିଥିଲା। ଡିସେମ୍ବରରେ, କକ୍ସ ମିଡିଆ ଗ୍ରୁପ୍ ମାର୍କେଟିଂ କୌଶଳ ବଢାଇବା ପାଇଁ କିପରି ଭଏସ୍ ଡେଟା ବ୍ୟବହାର କରାଯାଇ ପାରିବ ସେ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ବ୍ୟବହାର ଫଳରେ ଗ୍ରାହକଙ୍କ ବାର୍ତ୍ତାଳପକୁ ଟ୍ରାକ୍ କରି ବିଜ୍ଞାପନ ଦିଆଯାଉଥିବା ଜଣାପଡିଛି।

ବିଗ୍ ଟେକର ପ୍ରତିକ୍ରିୟା
ଏହିପରି ରିପୋର୍ଟ ପ୍ରକାଶ ପାଇବା ପରେ ମେଟା ଏବଂ ଆମାଜନ ପରି ପ୍ରମୁଖ ଟେକ୍ନୋଲୋଜି କମ୍ପାନୀଗୁଡିକ ନିଜର ପ୍ରତିକ୍ରିୟା ରଖିଛି। ମାର୍କେଟିଂ କମ୍ପାନୀ ସହ ଏହାର ସମ୍ଭାବ୍ୟ ସମ୍ପୃକ୍ତିକୁ ନେଇ ମେଟା ଚିନ୍ତା ପ୍ରକଟ କରିବା ସହ ଉପଯୁକ୍ତ ସମ୍ମତି ବିନା ଉପଭୋକ୍ତା ତଥ୍ୟ ସଂଗ୍ରହ କରାଯାଉଛି କି ନାହିଁ ତାର ଅନୁସନ୍ଧାନ ପାଇଁ ଏଜେନ୍ସିର ସେବା ସର୍ତ୍ତାବଳୀ ଉପରେ ଏକ ସମୀକ୍ଷା ଆରମ୍ଭ କରିଛି। ଅନ୍ୟପକ୍ଷରେ, ଆମାଜନ ଏହି ବିବାଦରୁ ନିଜକୁ ଦୂରେଇ ରଖି ଏଜେନ୍ସି ସହ କୌଣସି ସଂଯୋଗକୁ ଅସ୍ୱୀକାର କରିଛି। ଯଦି ଏହାର ଅଂଶୀଦାରମାନେ ଗୋପନୀୟତା ମାନ ଉଲ୍ଲଂଘନ କରୁଛନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମାଜନ ଚେତାବନୀ ଦେଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button