ମନୋରଞ୍ଜନ

ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ କେବଳ ପୁରୁଷ ନୁହେଁ, ମହିଳା ବି ଉପ‌ଭୋଗ କରନ୍ତି: କଙ୍ଗନା – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ବିଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ରଖୁଥିବା ଦେଖାଯାଏ। ବିଭିନ୍ନ ପ୍ରଭାବଶାଳୀ ଚରିତ୍ରରେ ଅଭିନୟ କରି ଲୋକଙ୍କ ମନ କିଣିଥିବା କଙ୍ଗନା ଏବେ ପୁଣି ଥରେ ନିଜ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ସେୟାର କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନକୁ ନେଇ ସେ ଭିଡିଓରେ କହୁଥିବା ଦେଖାଯାଇଛି।

ଭାଇରାଲ୍ ଭିଡିଓରେ ସେ କହୁଛନ୍ତି ଯେ, “ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ କାହିଁକି କୁହାଯାଏ ଯେ, ପୁରୁଷଜଣକ ଉପ‌ଭୋଗ କଲେ ଏବଂ ମହିଳାଙ୍କୁ ନିଜ ଖୁସି ପାଇଁ ବ୍ୟବହାର କଲେ? ଯଦି ସମ୍ପର୍କ ସହମତିରେ ସ୍ଥାପନ ହୋଇଛି ତେବେ ଉପ‌ଭୋଗ ଦୁଇ ଜଣ କରିଥିଲେ। ଜଣେ ନୁହେଁ। ମହିଳା କ’ଣ ୱାସିଂ ମେସିନ ଯେ, ତାଙ୍କୁ କେହି ଆସି ବ୍ୟବହାର କରିଦେବ?

ତେବେ ଏଭଳି ପୁରୁଷମାନଙ୍କୁ ସମର୍ଥନ କରିଥିବାରୁ କଙ୍ଗନାଙ୍କୁ ପ୍ରଶଂସା କରାଯାଉଛି। ଅନେକ ସମୟରେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରି ମହିଳାମାନଙ୍କୁ ନିଜ ଖୁସି ପାଇଁ ପୁରୁଷ ବ୍ୟବହାର କରିଥିବାର ଅଭିଯୋଗ ହୁଏ। ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ କଙ୍ଗନା ଏଭଳି ମତ ରଖିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button