ରାଜ୍ୟ

ବିଜୁଳି ବିଲ୍ ପେମେଣ୍ଟ ହୋଇନି, ପରିଣାମ ଭୋଗୁଛି ୠ-ଟି ସ୍କୁଲ

ଭୁବନେଶ୍ବର: ୫ଟି ସ୍କୁଲରେ ବିଦ୍ୟୁତ୍ କାଟ କୁ ନେଇ ଉପ ମୁଖ୍ୟ ମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂଦେଓ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ୫ଟିର ଶକରୁ ଏପର୍ଯ୍ୟନ୍ତ ବାହାରି ପାରିନାହାନ୍ତି। ୫ଟି ସ୍କୁଲ ବିଜୁଳି ବିଲ୍ ପେମେଣ୍ଟ ହୋଇନି, ପରିଣାମ ଭୋଗୁଛି ସ୍କୁଲ। ୫ଟି ବୋଲି ନା ବିଭାଗ ଥିଲା ନା ବଜେଟରେ କୌଣସି ପ୍ରାବଧାନ ହୋଇଛି।

ଏହି ନାଁରେ ମନଇଚ୍ଛା ସ୍କୁଲ ହୋଇଥିବାରୁ ପିଲାଏ ଏହାର ପରିଣାମ ଭୋଗୁଛନ୍ତି। ପଞ୍ଚାୟତକୁ ବକେୟା ବିଲ୍ ପୈଠ କରିବାକୁ ୧୦୫ କୋଟି ଟଙ୍କା ଭରଣା ପାଇଁ ଦିଆଯାଇଛି। ସ୍କୁଲ କଥା ପଡୁଥିବାରୁ ଗଣଶିକ୍ଷା ମନ୍ତ୍ରୀ ଏହା ଉପରେ ଧ୍ୟାନ ଦେବେ ବୋଲି ଆଶା କରୁଛି।

ଯାଜପୁର ବିଜେଡ଼ି ବିଧାୟିକା ସୁଜାତା ସାହୁ ଓ ଦେବଗଡ଼ ବିଜେଡ଼ି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button