IBN ଓଡ଼ିଶା ବ୍ୟୁରୋ

ଦୀଘାରେ ଟନ୍‌ ଟନ୍‌ ଇଲିସି, ଭୋଗରାଇ ମତ୍ସ୍ୟଜୀବୀ ନିରାଶ

ନ୍ଦନେଶ୍ୱର,୧୧/୦୯ : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଥିବା ଅବପାତ ପାଇଁ ସମୁଦ୍ର ଅଶାନ୍ତ ରହିଛି । ଏହି ପ୍ରତିକୂଳ ପାଗରେ ପଶ୍ଚିମବଙ୍ଗର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଦୀଘା ମୁହାଣରେ ଟନ୍ ଟନ୍ ଇଲିସି ମାଛ ଧରା ପଡୁଥିବା ଦେଖିବାକୁ ମିଳିଛି । ମାତ୍ର ମତ୍ସ୍ୟ ବିଭାଗର ସତର୍କତା ଓ ସମୁଦ୍ରର ଅଶାନ୍ତ ରୂପକୁ ଦେଖି ଭୋଗରାଇର ମତ୍ସ୍ୟଜୀବୀମାନେ ଘରେ ହାତବାନ୍ଧି ବସିଥିଲେ ।

ଯେଉଁମାନେ ଜୀବନକୁ ବାଜି ଲଗାଇ ସମୁଦ୍ରକୁ ଯାଇଥିଲେ ଆଶାନୁରୂପ ମାଛ ଜାଲରେ ପଡି ନଥିଲା । ଫଳରେ ସେମାନେ ନିରାଶ ହୋଇଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ସାମୁଦ୍ରିକ ମାଛମାନଙ୍କ ମଧ୍ୟରେ ଇଲିସିକୁ ରାଜା ବୋଲି କୁହାଯାଏ । କାରଣ ଏହି ମାଛର ସ୍ୱାଦ ଅନ୍ୟ ଠାରୁ ସମ୍ପୂର୍ଣ୍ଣ ଅଲଗା । ବର୍ଷର ଜୁଲାଇରୁ ସେପ୍ଟେମ୍ବର ପ୍ରାୟ ୩ମାସ ଜାଲରେ ଇଲିସି ପଡ଼ିଥାନ୍ତି । ଏହାଛଡା ଏହି ସମୟରେ ମାଛ ମଧ୍ୟ ଅଧିକ ସୁଆଦିଆ ହୋଇଥାଏ । ଚଳିତ ବର୍ଷ ଜୁଲାଇ ୨୨ ଓ ୨୩ ଦୁଇଦିନ ଭଲ ଇଲିସି ଜାଲରେ ପଡ଼ିଥିବା ବେଳେ ଆଉ ଏପର୍ଯ୍ୟନ୍ତ ଆଶାନୁରୂପ ମାଛ ପଡ଼ୁନି । ତେବେ ଦୀଘାରେ ପ୍ରାୟ ୫ଶହ ଟନରୁ ଅଧିକ ଇଲିସି ଧରାଯାଇଥିବା ଜଣାପଡ଼ିଛି । ଦୀଘା ମୁହାଣ ସମେତ ଶଙ୍କରପୁର, ତାଜପୁର, ମନ୍ଦାରମଣୀ, ଜୁଣପୁଟ, ପେଟୁଆ, କାଳଦୀପ, ସାଗରଦୀପ, ନାମକାନା ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରୁ ପ୍ରଚୁର ଇଲିସି ଉତ୍ପାଦନ ହୋଇଛି । ବାଂଲାଦେଶ ଓ ମ୍ୟାଁମାରରୁ ଏହି ସବୁ ଇଲିସି ଆସିଥିବା ମତ୍ସ୍ୟଜୀବୀମାନେ କହିଛନ୍ତି । ତେବେ ଆକାଶଛୁଆଁ ଦରକୁ ଲକ୍ଷ୍ୟ କରି ଲୋକେ ମୁଣ୍ଡ ଆଉଁଶି ଫରି ଯାଉଛନ୍ତି । ୨ଶହ ଗ୍ରାମ ଓଜନର ଇଲିସି ୪ଶହ ଟଙ୍କା ଉପରେ ରହିଥିବା ବେଳେ ଅଧାକେଜି ଓଜନର ୬ଶହ ଓ ୧ କେଜି ଓଜନର ଇଲିସି ୧ହଜାର ଉପରେ ଦାମ୍ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button