IBN ଓଡ଼ିଶା ବ୍ୟୁରୋ

ଯେଉଁ ସ୍ତ୍ରୀଙ୍କ ମଧ୍ୟରେ ଏହି ପାଞ୍ଚଟି ଲକ୍ଷଣ ଥାଏ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ମହିଳା ମାନଙ୍କ ଉପରେ ହିଁ ଘରର ସୁଖଶାନ୍ତି ନିର୍ଭର କରିଥାଏ । ମହିଳା ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ କରିପାରେ କିମ୍ବା ନର୍କ କରିପାରେ । ମହିଳାର ସ୍ଵଭାବ ଉପରେ ହିଁ ପରିବାର ସଦସ୍ୟଙ୍କ ସଭାବ ନିର୍ଭର କରିଥାଏ । ସାଧରଣତଃ ବିବାହ ପୂର୍ବରୁ ଉଭୟ ପୁରୁଷ ଏବଂ ନାରୀ ଜଣେ ଉତ୍ତମ ଜୀବନସାଥୀ ଆଶା କରନ୍ତି । ପୁରୁଷ ମାନେ ଏପରି ଜୀବନସାଥୀ ଆଶା କରନ୍ତି ଯିଏ ଘରର ସବୁ ଲୋକଙ୍କ ଯତ୍ନ ନେଇପାରିବ । ଘରକୁ ଭଲ ଭାବରେ ପରିଚାଳିତ କରିବ ଏହା ବ୍ୟତୀତ ଗୁରୁଜନ ମାନଙ୍କୁ ସମ୍ମାନ କରିଥିବ ।

ସେହିପରି ନାରୀ ମାନେ ମଧ୍ୟ ଏପରି ଜୀବନସାଥୀ ଆଶା କରନ୍ତି ଯିଏ ତାଙ୍କର ସବୁ ସମୟରେ ସାଥିରେ ରହି ପାରୁଥିବ , ସବୁବେଳେ ଭରସା କରୁଥିବ ଏବଂ ଯତ୍ନ ନେଇ ପାରୁଥିବ । କିନ୍ତୁ ଜଣେ ନାରୀ ସ୍ଵଭାବରେ ଭଲ କି ଖରାପ ଏ ସମ୍ବନ୍ଧରେ ଅନେକ ଲୋକ ଜାଣି ପାରନ୍ତି ନାହିଁ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ନାରୀଙ୍କ ଶରୀରର ଗଠନରେ କିଛି ଲକ୍ଷଣ ବିଷୟରେ କହିବୁ ଯାହାକି ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ସେହି ଅନୁଯାୟୀ ଆପଣ ଜଣେ ନାରୀର ଅଙ୍ଗର ଗଠନ ଅନୁଯାୟୀ ତାର ସ୍ୱଭାବ ଏବଂ ଭବିଷ୍ୟତ ବିଷୟରେ ଜାଣିପାରିବେ ।

୧ . କଳା , ଲମ୍ବା ଏବଂ ଘନ କେଶ :-

ଯେଉଁ ମହିଳାଙ୍କ କେଶ ଲମ୍ବା , କଳା ଏବଂ ଘନ ଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । କଳା ଏବଂ ଘନ କେଶ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରତୀକ ହୋଇଥାଏ । ଏପରି ସ୍ତ୍ରୀକୁ ବିବାହ କରୁଥିବା ପୁରୁଷ ଜୀବନରେ ସର୍ବଦା ଉନ୍ନତି କରିଥାନ୍ତି ।

୨ . ଗୋଲ ଚେହେରା ଏବଂ ବଡ଼ ଆଖି :-

ଗୋଲ ଚେହେରା ଏବଂ ବଡ଼ ବଡ଼ ଚମକଦାର ଆଖି ଥିବା ମହିଳାଙ୍କୁ ଅତ୍ୟନ୍ତ ଦୟାଳୁ ସ୍ୱଭାବର ବୋଲି କୁହାଯାଏ । ଏପରି ମହିଳା ନିଜ ସ୍ୱାମୀଙ୍କ ପ୍ରତି ଖୁବ ବିଶ୍ୱାସୀ ହୋଇଥାନ୍ତି । ଏହାବ୍ୟତୀତ ଏହି ମହିଳା ମାନେ ଯେଉଁ ଘରକୁ ବିବାହ କରି ଯାଆନ୍ତି ସେହି ଘରେ କେବେବି କ୍ଳେଶ ଉତ୍ପନ୍ନ ହୁଏନାହିଁ । ଏମାନଙ୍କ ଆଗମନରେ ପରିବାରର ଭାଗ୍ୟ ମଧ୍ୟ ଚମକି ଥାଏ ।

୩ . ଚଉଡ଼ା ମଥା :-

ଯେଉଁ ମହିଳାଙ୍କ ମଠ ଚଉଡ଼ା ଏବଂ ଉଜ୍ଜ୍ୱଳ ଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ନିଜ ପରିବାରର ଖୁବ ଭଲଭାବରେ ଧ୍ୟାନ ରଖନ୍ତି ।

୪ . ନାକରେ କଳାଜାଇ :-

ଯେଉଁ ମହିଳା ମାନଙ୍କ ନାକରେ କଳାଜାଇ ଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଖୁବ ସୁଖ ଏବଂ ସମୃଦ୍ଧ ଜୀବନ ବଞ୍ଚନ୍ତି । ଏହି ମହିଳାଙ୍କ କାରଣରୁ ଦୁଇ କୂଳରେ ଖୁସି ଆସିଥାଏ ।

୫ . ଆଗ ଦାନ୍ତରେ ଫାଙ୍କ :-

ଯେଉଁ ମହିଳା ମାନଙ୍କ ଉପର ଦୁଇ ଆଗ ଦାନ୍ତ ମଝିରେ ଫାଙ୍କ ଓ ଅନ୍ୟ ଦାନ୍ତ ଗୁଡ଼ିକ ସମାନ ଏବଂ ଓଠ ପତଳା ସମସ୍ୟା ଗୋଲାପୀ ଥାଏ ଏହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ପରିବାରର ଖୁବ ଧ୍ୟାନ ରଖନ୍ତି ।

୬ . ବେକ ଲମ୍ବା ଏବଂ ପତଳା :-

ଯେଉଁ ମହିଳା ମାନଙ୍କ ବେକ ଦୀର୍ଘ ଏବଂ ପତଳା ହୋଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳାଙ୍କୁ ବିବାହ କରୁଥିବା ପୁରୁଷ ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ସବୁବେଳେ ସଫଳ ଅର୍ଜନ କରନ୍ତି ।

୭ . ଲମ୍ବା ଗୋଡ଼ :-

ଯେଉଁ ମହିଳା ମାନଙ୍କ ଗୋଡ଼ ଲମ୍ବା ହୋଇଥାଏ , ପାଦତଳ ସ୍ୱଚ୍ଛ ଏବଂ ସୁନ୍ଦର ହୋଇଥାଏ ଏପରି ମହିଳା ସାକ୍ଷାତ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button