ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମର ଜବରଦସ୍ତ ପ୍ରସ୍ତୁତି, ୪୫ ମିନିଟ ନେଟରେ ନଜର ଆସିଲେ କୋହଲି

ଭାରତୀୟ କ୍ରିକେଟ ଟିମ୍ ଆସନ୍ତା ୧୯ ସେପ୍ଟେମ୍ବରରୁ ବାଂଲାଦେଶ ବିପକ୍ଷରେ ୨ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହାପରେ ଭାରତୀୟ ଟିମ୍ ଘରୋଇ ସିଜିନରେ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ୨୦୨୩-୨୫କୁ ଫାଇନାଲକୁ ଦୃଷ୍ଟିରେ ରଖି ଏହି ମ୍ୟାଚ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ବାଂଲାଦେଶ ବିପକ୍ଷରେ ଘୋଷିତ ଭାରତୀୟ ଟିମର ଅଧିକାଂଶ ଖେଳାଳି ଚେନ୍ନାଇରେ ପହଞ୍ଚଛନ୍ତି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଟେଷ୍ଟ ସିରିଜ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି ଟିମ୍ । ଅଭ୍ୟାସ ମ୍ୟାଚରେ ବିରାଟ କୋହଲି ନେଟରେ ୪୫ ମିନିଟ୍ ବିତାଇଥିଲେ । ସେହିପରି ଜସପ୍ରୀତ ବୁମରା ମଧ୍ୟ ଜୋରଦାର ଅଭ୍ୟାସ କରିଥିଲେ । ରୋହିତ ଶର୍ମା, ବିରାଟ କୋହଲଇଙ୍କ ସମେତ ସଂପୂର୍ଣ୍ଣ ଟିମ ଚେନ୍ନାଇ ଚିଦାମ୍ବରମ ଷ୍ଟାଡିୟମରେ ପହଞ୍ଚିଛନ୍ତି । ନୂଆ ବୋଲିଂ କୋଚ ମୋନି ମାର୍କେଲ ଏବଂ ସହାୟତ କୋଚ ଅଭିଷେକ ନାୟର ମଧ୍ୟ ପହଞ୍ଚିଛନ୍ତି ।
ଭାରତୀୟ ଟିମ୍ ସେପ୍ଟେମ୍ବରରେ ୨ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିସାରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଟୋବରରେ ଟେଷ୍ଟ ସିରିଜ ଖେଳିବ । ଭାରତୀୟ ଟିମ୍ ଘରୋଇ ମାଟିରେ ଟେଷ୍ଟ ସିରିଜ ଚଳିତବର୍ଷ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ମ୍ୟାଚ ଖେଳିଥିଲା ।