IBN ଓଡ଼ିଶା ବ୍ୟୁରୋ

ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା, ତୀବ୍ର ବିରୋଧର ସମ୍ମୁଖୀନ ହେଲେ

ମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପୀଡ଼ିତାଙ୍କୁ ନ୍ୟାୟ ଏବଂ ଡାକ୍ତରଙ୍କ ସୁରକ୍ଷା ଦାବିରେ ଆନ୍ଦୋଳନ ଚଳାଇଥିବା ଡାକ୍ତରମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ସହିତ ଆଲୋଚନା ପାଇଁ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ବୈଠକର ଆୟୋଜନ କରିଥିଲେ। କିନ୍ତୁ ବୈଠକକୁ କୌଣସି ଡାକ୍ତର ଆସି ନ ଥିଲେ।

ଫଳରେ ୨ ଘଣ୍ଟା ଅପେକ୍ଷା କରିବା ପରେ ମମତାଙ୍କୁ ନିରାଶ ହୋଇ ବୈଠକରୁ ଫେରିବାକୁ ପଡ଼ିଥିଲା। ଡାକ୍ତରମାନେ ଶନିବାର ସ୍ଵାସ୍ଥ୍ୟ ଭବନ ସାମ୍ନାରେ ଆନ୍ଦୋଳନ କରି ଧାରଣାରେ ବସିଥିଲେ। ଏହି ସମୟରେ ମମତା ସେଠାରେ ପହଞ୍ଚି ଡାକ୍ତରମାନଙ୍କୁ ଭେଟି ଆଲୋଚନା କରିଥିଲେ।

ମମତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ମାଇକ ଧରି ଡାକ୍ତରଙ୍କ ସହିତ କଥା ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡାକ୍ତରମାନେ ସେଠାରେ ଜୋରରେ ପାଟି କରି ବିରୋଧ ପ୍ରଦର୍ଶନ କରିଥିଲେ। ମମତା ମାଇକ୍‌ ଧରି କହିଥିଲେ ଯେ, ମୁଁ ବି ଛାତ୍ର ଆନ୍ଦୋଳନ କରିଛି। ମୁଁ ବି ଆପଣ ସମସ୍ତଙ୍କ ପରି ଆଘାତ ପାଇଥିଲି। ଦୟାକରି ସମସ୍ତେ କାର୍ଯ୍ୟକୁ ଫେରନ୍ତୁ। ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ ମୁଁ ଆଗକୁ ଆସିଛି। ମୋ ଜୀବନରେ ଅନେକ ସଂଘର୍ଷ କରିଛି। ଆପଣମାନଙ୍କ ସଂଘର୍ଷକୁ ମୁଁ ବୁଝି ପାରୁଛି। ମୁଁ ମୋ ପଦବୀ ପାଇଁ ଚିନ୍ତିତ ନୁହେଁ। ଆପଣମାନଙ୍କ ଦାବି ଶୁଣି ମୁଁ ଗତ ରାତିସାରା ଚିନ୍ତିତ ରହିଥିଲି ବୋଲି ମମତା କହିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button