IBN ଓଡ଼ିଶା ବ୍ୟୁରୋ

ଗାଧୋଇବା ବେଳେ ନଦୀରେ ବୁଡିଗଲେ ବୃଦ୍ଧା

ମାଜ ଡିଜିଟାଲ ଡେସ୍କ: କଟକ ଜିଲା ଖାନନଗର ଜଗନ୍ନାଥ ମନ୍ଦିର ନିକଟ କାଠଯୋଡି ନଦୀରେ ବୁଡିଗଲେ ବୃଦ୍ଧା। ଗାଧୋଇବା ବେଳେ ବୃଦ୍ଧା ବୁଡିଯିବାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିଖୋଜ ବୃଦ୍ଧା ଜଣକ ହେଲେ ଝାଞ୍ଜିରମଙ୍ଗଳା ଲୁଣିଆସାହିର। ସୂଚନା ଅନୁସାରେ ଶନିବାର ସକାଳେ ବୃଦ୍ଧା ଜଣଙ୍କ ଖାନନଗର ଜଗନ୍ନାଥ ମନ୍ଦିର ନିକଟ ଦେଇ ଯାଇଥିବା କାଠଯୋଡି ନଦୀରେ ଗାଧୋଇବା ବେଳେ ଅସାବଧାନତା କାରଣରୁ ଗୋଡ ଖସି ଯାଇଥିବାରୁ ଏହି ଅଘଟଣ ଘଟିଥିଲା।ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧାଙ୍କୁ ଖୋଜାଖୋଜି କରୁଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button