IBN ଓଡ଼ିଶା ବ୍ୟୁରୋ

ଖଜୁରୀ ଖାଇବାର ସଠିକ ତରିକା, ଯାହା 99% ଲୋକ ଜାଣି ନାହାନ୍ତି

ବିଭିନ୍ନ କାରଣ ଯୋଗୁଁ ମଣିଷ ଭିନ୍ନ ଭିନ୍ନ ରୋଗ ବ୍ୟାଧି ରେ ପଡ଼ି ଅନେକ କଷ୍ଟ ଯନ୍ତ୍ରଣା ଭୋଗ କରିଥାଏ । ତନ୍ମଧ୍ୟରୁ କିଛି ରୋଗ ଏପରି ହୋଇଥାଏ କି ଯାହା ମଣିଷ ପକ୍ଷେ ଭଲ କରିବା ସମ୍ଭବପର ନୁହେଁ । କିନ୍ତୁ ଆପଣ ମାନେ ଜାଣନ୍ତି କି ପ୍ରକୃତି ରାଣୀ ତା ଶରୀର ରେ ଭୁମଣ୍ଡଳ ରେ ହେଉଥିବା ସମସ୍ତ ରୋଗ ବ୍ୟାଧିର ନିରାକରଣ ପାଇଁ ଔଷଧୀୟ ଗୁଣ ରେ ଭରି ହୋଇ ରହିଥିବା ଫୁଲ ଫଳ ମାନଙ୍କୁ ଧାରଣ କରି ରଖିଥାଏ ।

ଏପରି ରେ ଆଜି ଆମେ ଆପଣ ମାନଙ୍କ ମଧ୍ୟରେ ଏକ ଏପରି ଜିନିଷ ବିଷୟ ରେ ନେଇ ଆସିଛୁ ଯାହାକୁ ଆପଣ ମାନେ ସମସ୍ତେ ନିଶ୍ଚୟ ଦେଖିଥିବେ, ହେଲେ ତାହାର ଔଷଧୀୟ ଗୁଣ ବିଷୟ ରେ ଖୁବ୍ କମ୍ ଲୋକ ହିଁ ଜଣିଥାଇ ପାରନ୍ତି । ତାହା ହେଉଛି ଖଜୁରୀ ।

ବନ୍ଧୁଗଣ ଖଜୁରୀ ରେ ପ୍ରଚୁର ପରିମାଣ ରେ ଆଇରନ, ପୋଟାସିୟମ, ପ୍ରୋଟିନ, ଫାଇବର, କ୍ୟାଲସିୟମ ତଥା ଭିଟାମିନ-B ଭରି ହୋଇ ରହିଥାଏ । ପ୍ରତିଦିନ କେବଳ ତିନୋଟି କରି ଖଜୁରୀ ଖାଇବା ଦ୍ବାରା ଶରୀର କୁ ତୁରନ୍ତ ଶକ୍ତି ମିଳିଥାଏ । ତାହାଛଡା ଏହା ଶରୀର ରେ ଆବଶ୍ୟକତା ଅନୁସାରେ ସୁଗାର ରେ କନଭର୍ଟ କରିଥାଏ ।

ପ୍ରତିଦିନ ସକାଳେ ଖଜୁରୀ କୁ ପ୍ରାତଃ ଜଳଖିଆ ରେ ସାମିଲ କରି ଖାଇବା ଦ୍ଵାରା ଦିନ ସାରା ଶରୀର ଫୁର୍ତ୍ତି ରହିଥାଏ । ତାହାସହ ଥକ୍କାପଣ ବା ଅଳସୁଆ ମଧ୍ୟ ଲାଗି ନଥାଏ । ଖଜୁରୀ ପ୍ରତିଦିନ ଖାଇବ ଦ୍ଵାରା ଏହା ଶରୀର ରୁ କୋଷ୍ଠକାଠିନ୍ୟ ଭଳି ସମସ୍ୟା ରୁ ମଧ୍ୟ ରକ୍ଷା କରିଥାଏ । ଯେଉଁ ମାନଙ୍କୁ କବଜ୍ ତଥା କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହିଛି ସେମାନେ ପ୍ରତିଦିନ ରାତିରେ 4 ରୁ 5 ଟି ଖଜୁରୀ କୁ ଏକ ଗ୍ଲାସ୍ ପାଣିରେ ଭିଜାଇ ରଖି ଦିଅନ୍ତୁ ।

ସକାଳେ ପାଣି ରୁ ଖଜୁରୀ କାଢ଼ି ସେଥିରୁ ମଞ୍ଜି କୁ ବାହାର କରି ଦିଅନ୍ତୁ । ଏହାପରେ ସେହି ପାଣିରେ ଖଜୁରୀ କୁ ପକାଇ ସେ ସବୁ କୁ ଗ୍ରାଇଣ୍ଡିଂ କରି ଏକ ଭଲ ଯୁସ ଟିଏ ପ୍ରସ୍ତୁତ କରି ନିଅନ୍ତୁ । କିଛି ଦିନ ଏହି ଜୁସ୍ r ନିୟମିତ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟା ରୁ ମୁକ୍ତ ମିଳିଥାଏ । ଆମେନିଆ ରୋଗୀ ତଥା ଶରୀର ରେ ରକ୍ତ ହୀନତା ଭଳି ସମସ୍ୟା ଥିବା ରୋଗୀ ମାନଙ୍କ ପାଇଁ ମଧ୍ୟ ଖଜୁରୀ ର ସେବନ ଅତ୍ୟନ୍ତ ଲାଭଦାୟୀ ଅଟେ ।

ଏଥିରେ ଥିବା ଭିଟାମିନ-C ଶରୀର ରେ ଆଇରନ କୁ ଶୋଷଣ କରିବା ରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଗର୍ଭବତୀ ମହିଳା ମାନେ ପ୍ରତ୍ୟେକ ଦିନ 4 ରୁ 5 ଟି ଖଜୁରୀ ର ସେବନ କରିବା ଦ୍ୱାରା ମା ଓ ଶିଶୁ ଉଭୟ ସୁସ୍ଥ ରହିଥାନ୍ତି । ତାହା ବ୍ୟତିତ ଖଜୁରୀ ର ନିୟମିତ ସେବନ ଦ୍ଵାରା ଲିଭର ଓ ହାର୍ଟ ସୁସ୍ଥ ରହିଥାଏ । ନିୟମିତ ଖଜୁରୀ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ପ୍ରଖର ହୋଇଥାଏ । ଖଜୁରୀ ରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଆଣ୍ଟିଇମ୍ଫଲାମେଣ୍ଟାରି ଗୁଣ ଶରୀର ରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା କୁ ଦୂର କରିଥାଏ ।

ଯେଉଁ ମାନଙ୍କ ର ଗଣ୍ଠିଆ ଜନିତ ରୋଗ ରହିଛି, ସେମାନେ ଯଦି ପ୍ରତ୍ୟେକ ଦିନ କ୍ଷୀର ରେ ଖଜୁରୀ କୁ ମିଶାଇ ତାହାର ମିକ୍ସ ଜୁସ ର ସେବନ କରନ୍ତି ତେବେ ସେ ସବୁ ଗଣ୍ଠି ଜନିତ ସମସ୍ୟା ରୁ ରକ୍ଷା ମିଳିଥାଏ । ଖଜୁରୀ ଖାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ରୁ ମଧ୍ୟ ରକ୍ଷା ମିଳି ଥାଏ । ଏହାସହ ଏହା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button