IBN ଓଡ଼ିଶା ବ୍ୟୁରୋ

Thyroid କୁ ନିୟନ୍ତ୍ରଣ କରେ ଏହି 10 ଟି ଖାଦ୍ୟ, ଥାଇରଏଡ ଥିଲେ ନିଶ୍ଚୟ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଖରେ ପ୍ରକାଶ କରିବାକୁ ଯାଉଛୁ କିଛି ଏପରି ଜିନିଷ ଯାହାକୁ କି ଥାଇରଏଡ଼ ରେ ସବୁଠୁ ଅଧିକ ଖିଆ ଯାଇ ଥାଏ । ଅର୍ଥାତ ଏହି ଜିନିଷ ମାନଙ୍କର ସେବନ ଯଦି ନିୟନ୍ତ୍ରିତ ଅବସ୍ଥା ରେ ଥାଇରାଏଡ଼ ରେ କରା ଯାଇ ତ ଆମେ ଥାଇରାଏଡ଼ ରୁ ମୁକ୍ତି ପାଇବା ପାଇଁ ଆଉ ଔଷଧ ର ଆବଶ୍ୟକତା କରିବା ନାହିଁ । ଡାଇବେଟିସ, ଥାଇରାଏଡ଼ ଆଉ ଆନ୍ତଃରାଇଟିସ ଭଳି ବେମାରି କୁ ଠିକ ହେବା ପାଇଁ ବହୁତ ବର୍ଷ ସମୟ ଲାଗି ଥାଏ ।

କାରଣ ଏହାର ଚିକିତ୍ସା ଔଷଧ ରେ ନୁହଁ ବରଂ ଆମ ଖାଦ୍ୟ ରେ ଲୁଚିକି ଥାଏ । ଆଉ ଏହି ରୋଗ ହେଇଥିବା ସମୟରେ ଲୋକ କେବଳ ଔଷଧ ଉପରେ ହି ନିର୍ଭରଶୀଳ ହେଇ ଯାଆନ୍ତି । ଥାଇରାଏଡ଼ ର ଔଷଧ ଦ୍ୱାରା ଆମ ଶରୀର ରେ ଥାଇରାଏଡ଼ ର ହରମୋନ ମାନଙ୍କର ସନ୍ତୁଳନ ତ ଠିକ ରହେ ମାତ୍ର ଏହା ଦ୍ୱାରା ଆମ ଶରୀର ରେ କିଛି ସାଇଡ଼ ଇଫେକ୍ଟ ପଡ଼ିବାକୁ ଲାଗେ ।
ତେବେ ଯେପରି କି ଆମ ଚୁଟି ଝଡ଼ିବା, ଆମର ସ୍କିନ ଖରାପ ହେବା ଇତ୍ୟାଦି ।

ତେଣୁ ଥାଇରାଏଡ଼ ହେବା ସମୟରେ ଆମେ ଔଷଧ ଖାଇ ତାକୁ ନିୟନ୍ତ୍ରଣ ତ କରିଦେଉ ମାତ୍ର ଏହା କରିବା ପରେ ଆମେ ନିଜର ହରମୋନ କୁ ନିୟନ୍ତ୍ରଣ କରିବା ପାଇଁ କିଛି ଖାଦ୍ୟ ର ସେବନ ବି କରିବା ଦରକାର । ତେଣୁ ଏହା ତାହା ଦ୍ୱାରା ସମ୍ଭବ ଯାହାଦ୍ୱାରା କି ଆମେ ଏପରି କିଛି ଖାଦ୍ୟ ଖାଇବା ଯାହା କି ଆମ ଥାଇରାଏଡ଼ ପାଇଁ ଉପଯୋଗୀ ହେଇଥିବ । ତ ଆଜି ଆମେ ଏପରି କିଛି ଜିନିଷ ବାବଦରେ କହିବାକୁ ଯାଉଛୁ ଯାହାକୁ କି ଆମେ ଥାଇରାଏଡ଼ ସମୟରେ ଖାଇବା ଦରକାର ।

୧- ପ୍ରଥମରେ ହେଉଛି ନଡ଼ିଆ ତେଲ । ତେବେ ନଡିଆ ତେଲ ରେ ଫ୍ୟାଟି ଏସିଡ ଭରପୁର ମାତ୍ରା ରେ ଥାଏ ଯାହା କି ଆମ ଶରୀର ର ମେଟା ବୋଲିଯିମ ବୃଦ୍ଧି କରିବାରେ ସହାୟକ ହୁଏ । ଥାଇରାଏଡ଼ ଆମ ଶରୀର ର ମେଟାବୋଲିଯିମ କୁ କମେଇ ଦେଇଥାଏ ଯାହାଦ୍ୱାରା କି ବ୍ୟକ୍ତି ମୋଟା ହେଇଯାଏ । ମାତ୍ର ନଡ଼ିଆ ତେଲ ଖାଇବା ଦ୍ୱାରା ବ୍ୟକ୍ତି ମୋଟାପା ରୁ ମୁକ୍ତି ପାଏ । ।

୨- ଦ୍ଵିତୀୟ ରେ ହେଉଛି ଦହି । ତେବେ ନଡିଆ ତେଲ ପରି ଥାଇରାଏଡ଼ ସମୟରେ ଦହି ର ସେବନ କରିବା ଦରକାର । ଦହି ରେ ଭିଟାମିନ ଡି ସେଲେନିଆମ ଆଉ ଆୟୋଡିନ ଥାଏ ଯାହା କି ଆମ ଶରୀର ରେ ଥାଇରାଏଡ଼ ଜନିତ ବେମାରି ପାଇଁ ବହୁତ କାମରେ ଲାଗେ ।

୩- ତୃତୀୟ ରେ ହେଉଛି ଧନିଆ ପତ୍ର । ତେବେ ଧନିଆ ପତ୍ର ଠାରୁ ଆରମ୍ଭ କରି ସବୁ ପ୍ରକାର ର ଧନିଆ ଆମ ଶରୀର ରେ ଥାଇରାଏଡ଼ ଜନିତ ସମସ୍ୟା ପାଇଁ ବହୁତ ଲାଭକାରୀ ମାନା ଯାଇଥାଏ । ଏହା ଥାଇରାଏଡ଼ କୁ ଠିକ କରିବା ସହ ବ୍ୟାଡ କୋଲେଷ୍ଟେରଲ ଆଉ ଏସିଡିଟି ବି ଦୂର କରିଥାଏ । ତେଣୁ ଧନିଆ ନିହାତି ସେବନ କରିବା ଦରକାର ।


୪- ଚତୁର୍ଥ ରେ ହେଉଛି ଗାଜର । ତେବେ ଗାଜର ରେ ଆଣ୍ଟି ଅକ୍ସୀଡେଣ୍ଟ, ଏବଂ ବିଟା କେରୋଟିନ ତାତ୍ତ୍ୱ ଥାଏ । ଯାହା ଥାଇରଏଡ଼ ର ହର୍ମୋନ୍ସ କୁ ନିୟନ୍ତ୍ରିତ କରିଥାଏ । ତେଣୁ ଯଦି ଆପଣ ପ୍ରତିଦିନ ଗୋଟିଏ ଲେଖାଏଁ ଗାଜର ଖାଇବେ ତେବେ ଆପଣଙ୍କୁ ଥାଇରଏଡ଼ ସମସ୍ୟା ରୁ ମୁକ୍ତି ମିଳିବ । ଏଥିରେ ଆଇରନ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ଼ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଯଦି ଆପଣ ୨୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଗୋଟିଏ ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ଼ ସମସ୍ୟା ଧୀରେଧୀରେ କମିବାକୁ ଲାଗିବ ।

୫- ପଞ୍ଚମ ରେ ହେଉଛି ଡାଲଚିନି । ତେବେ ଡାଲଚିନି ରେ ହଜମ କରିବା ଓ ପେଟ ସଫା କରିବା ଭଳି ଗୁଣ ରହିଥାଏ । ଏହା ସହ ମେଟାବୋଲିକ ପଦାର୍ଥ ଅଧିକ ରହିଥାଏ ଯାହା ଆମର ଚର୍ବୀ ବଢାଇବା ହ୍ରାସ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button