ଅପରାଧ

ନାବଳିକାଙ୍କ ଗଳିତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ – Ibnodisha

[ad_1]

ଭୁବନେଶ୍ୱର: ଇନ୍‌ଫୋସିଟି ଥାନା ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀ ଏଲ୍‌/୧୨୦ ନମ୍ବର ଘର ପଛ ପାଖରେ ଜଣେ ନାବାଳିକାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ତାଙ୍କୁ କେହି ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ଚର୍ଚ୍ଚା ହେଉଛି । ସମ୍ପୃକ୍ତ ନାବାଳିକାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ନାବାଳିକାଙ୍କ ମୃତ୍ୟୁକୁ ୫ରୁ ୭ ଦିନ ମଧ୍ୟରେ ହୋଇଥିବା ପୁଲିସ ଅନୁମାନ କରୁଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ ଗୋହି ଭିତରେ ତାଙ୍କ ମୃତ ଦେହ ପହିଥିବା ଦେଖିବା ମିଳିଥିଲା । ଏକ ପ୍ଲଏ ବୋର୍ଡରେ ତାଙ୍କ ମୁଣ୍ଡ ରହିଥିଲା ବେଳେ ଶରୀର ସିମେଣ୍ଟ ଚଟାଣରେ ରହିଥିଲା । ସେହିପରି ସେ ଏକ ଡ୍ରେସ ପନ୍ଧିଥିଲେ । ତେବେ ଅଣ୍ଟା ତତକୁ ଆଉ ଡ୍ରେସ ନଥିବା ଅବସ୍ଥାରେ ସମ୍ପୃକ୍ତ ନାବାଳିକାଙ୍କ ଶବକୁ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛ । ନାବାଳିକାଙ୍କ ବିରୋଧାରେ କିଛି ବଡ଼ ଧରଣରର ଅପରାଧ ଘଟିଥିବା କୁହାଯାଉଛି । ହେଲେ ସେ କିପରି ଏଠାକୁ ଆସିଲେ । ତାଙ୍କୁ କିଏ ଏଠାକୁ ଆଣିଲା । ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ପୁଲିସ ଆଖପାଖ ଥାନାରେ ଗତ କିଛି ଦିନ ମଧ୍ୟରେ ନିଖୋଜ ହୋଇଥିବା ଯୁବତୀଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା । ହେଲେ ଏଥିରୁ ପୁଲିସକୁ କିଛି ସଫଳତା ମିଳିପାରି ନାହିଁ । ତେବେ ଏହି ଘଟଣାରେ ପରିଚୟ ଖୋଜିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଅନ୍ୟପକ୍ଷରେ ଶବଟି ନଷ୍ଟ ହୋଇ ଯାଇଥିବାରୁ ଅଧିକାଂଶ ପ୍ରମାଣ ନଷ୍ଟ ହୋଇଯାଇଥିବା କୁହାଯାଉଛି ।

ସେପଠେ ଆଖ ପାଖ ଅଞ୍ଚଳରେ ସିସିଟିଭି ମଧ୍ୟ ନାହିଁ ଯେଉଁଥିରୁ ସ୍ପଷ୍ଟ ହୋଇ ପାରନ୍ତା ସେ କିପରି ଏଠାକୁ ଆସିଲେ । କହିବାକୁ ଗଲେ ଏହି ମାମଲା ସମାଧାନ କରିବା ଏକ ପୁଲିସ ପାଇଁ କାଠିକର ପାଠ । ପୁଲିସ କେବଳ ପୋଷ୍ଟ ମଟମ୍ ରିପୋର୍ଟକୁ ଭରସା କରିଛି । ରିପୋର୍ଟ ମିଳିବା ପରେ ସେ କେଉଁ ପରିସ୍ଥିତିରେ ଏବଂ କଣ ପାଇଁ ତାଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button