IBN ଓଡ଼ିଶା ବ୍ୟୁରୋ

ଆତିଶୀଙ୍କ ସମ୍ପର୍କରେ ସ୍ୱାତୀ ମାଲିୱାଲଙ୍କ ବଡ଼ ଦାବି, କାଉଣ୍ଟର କଲା ଆପ୍‌

ଳର ବିଦ୍ରୋହୀ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଓ ଆପ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆହୁରି ତୀବ୍ର ହୋଇଛି। ଆଜି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଧିକାରୀ ଭାବେ ଆତିଶୀଙ୍କ ନାଁ ଘୋଷଣା କରାଯାଇଛି।

ପ୍ରାୟ ଗୋଟିଏ ଦଶନ୍ଧି ପରେ ଦିଲ୍ଲୀରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ପାଇବାକୁ ଯାଉଛି। କିନ୍ତୁ ଆତିଶୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ତାଙ୍କ ସମ୍ପର୍କରେ ଆପ୍ର ବିଦ୍ରୋହୀ ରାଜ୍ୟସଭା ସାଂସଦ ସ୍ୱାତୀ ବଡ଼ ବୟାନ ଦେଇଛନ୍ତି।

ଦଳ ଆତିଶୀଙ୍କୁ ଡମି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି ଓ ଏହା ଜାତୀୟ ରାଜଧାନୀ ପାଇଁ ଅତ୍ୟନ୍ତ ଦୁଃଖର ଦିନ ବୋଲି ସେ କହିଛନ୍ତି।

କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଆତିଶୀଙ୍କୁ କଟାକ୍ଷ କରିବା ପରେ ସ୍ୱାତୀ ମାଲିୱାଲ ଗୋଟିଏ ଚିଠି ଶେୟାର କରିଛନ୍ତି। ୨୦୦୧ ସଂସଦ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଅଫଜଲ ଗୁରୁ ପାଇଁ ଆତିଶୀଙ୍କ ବାପା ମା’ କ୍ଷମା ଆବେଦନ ଲେଖିଥିଲେ ବୋଲି ମାଲିୱାଲ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଆଜି ଦିଲ୍ଲୀ ପାଇଁ ଅତ୍ୟନ୍ତ ଦୁଃଖର ଦିନ। ଆଜି ଏମିତି ଜଣେ ମହିଳାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରାଯାଇଛି, ଯାହାଙ୍କ ପରିବାର ଲୋକ ଆତଙ୍କବାଦୀ ଅଫଜଲ ଗୁରୁକୁ ଫାଶୀରୁ ରକ୍ଷା କରିବା ପାଇଁ ଦୀର୍ଘ ସମୟ ଧରି ଲଢ଼େଇ କରିଥିଲେ।

ତାଙ୍କ ବାପା ମା’ ଅଫଜଲ ଗୁରୁକୁ ରକ୍ଷା କରିବା ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ଲେଖିଥିଲେ। ସେମାନଙ୍କ ମତରେ ଅଫଜଲ ଗୁରୁ ନିର୍ଦ୍ଦୋଷ ଓ ରାଜନୀତି ଷଡ଼ଯନ୍ତ୍ର ବଳରେ ତା’କୁ ଫସା ଯାଇଛି। ଅବଶ୍ୟ ଆତିଶୀ ମାର୍ଲେନା ଜଣେ ଡମି ମୁଖ୍ୟମନ୍ତ୍ରୀ। ତଥାପି ଏହି ପ୍ରସଙ୍ଗ ଦେଶର ସୁରକ୍ଷା ସହ ଜଡ଼ିତ। ଭଗବାନ ଦିଲ୍ଲୀକୁ ସୁରକ୍ଷା ଦିଅନ୍ତୁ।”

Related Articles

Leave a Reply

Your email address will not be published. Required fields are marked *

Back to top button