IBN ଓଡ଼ିଶା ବ୍ୟୁରୋ

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲେ ବିଶେଷଜ୍ଞ ଟିମ୍‌

ମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖାଲି କରାଯିବା ପରେ ଆଜି ଆରମ୍ଭ ହୋଇଛି ଗୁପ୍ତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା। ଏଥିପାଇଁ ଭଣ୍ଡାର ଘର ଭିତରକୁ ଯାଇଛନ୍ତି ବିଶେଷଜ୍ଞ ଟିମ୍‌। ରତ୍ନଭଣ୍ଡଶର ଭିତରେ ଗୁପ୍ତ ରତ୍ନଭଣ୍ଡାର ଓ ଷୁଡଙ୍ଗ ଅଛି କି ନାହିଁ ଯାଞ୍ଚ କରିବେ ବିଶେଷଜ୍ଞ ଟିମ୍‌। ଏଏସ୍‌ଆଇ ଏଡିଜି ଜାନଭିଜ୍‌ ଶର୍ମାଙ୍କ ନେତୃତ୍ୱରେ ଏହାର ତଦାରଖ କରାଯିବ।

ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ଗଣମାଧ୍ୟମରେ କହିଛନ୍ତିି ଯେ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଉଛି। କିଛି ଅଛି କି ନାହିଁ ତାହାର ଯାଞ୍ଚ କରାଯାଇ ତଥ୍ୟ ଦିଆଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button