IBN ଓଡ଼ିଶା ବ୍ୟୁରୋ

କୋଟିପତି ହୋଇ ବି କାହିଁକି ଦାମୀ କାର୍ କିଣୁନାହାନ୍ତି ରାଧିକା?

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଯୁଗରେ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ବହୁତ ପ୍ରୋତ୍ସାହିତ କରାଯାଉଛି । ଅନେକ ସୋସିଆଲ୍ ମିଡିଆ ଇନଫ୍ଲୁଏନସର ନିଜ ବିଳାସପୂର୍ଣ୍ଣ କାର୍, ବ୍ୟାଗ୍ ଓ ଘରର ଭିଡିଓ ସେୟାର କରୁଥିବା ବେଳେ ସଫଳ ହୋଇନଥିବା ଲୋକେ ଭିଡିଓ ଦେଖି ଦାମୀ କାର୍ କିଣବାକୁ ସ୍ବପ୍ନ ଦେଖିଥାନ୍ତି। ହେଲେ ଜଣେ ବ୍ୟବସାୟୀ ଅଛନ୍ତି, ଯିଏ କୋଟିପତି ହୋଇ ମଧ୍ୟ ବିଳସପୂର୍ଣ୍ଣ କାର୍ କିଣିବାକୁ ପସନ୍ଦ କରୁନଥିବା ଜଣାଯାଇଛି।

ବ୍ୟବସାୟୀଜଣକ ହେଲେ ରାଧିକା ଗୁପ୍ତା।

ଏଡେଲୱିସ୍ ସିଇଓ ରାଧିକା ଗୁପ୍ତା ବିଳସପୂର୍ଣ୍ଣ କାର୍ ନକିଣିବା ପଛର କାରଣ ଜଣାଇ କହିଛନ୍ତି ଯେ, “ମୁଁ ନିଜକୁ ଏକ ବିଳାସପୂର୍ଣ୍ଣ କାର କିଣି ଦେଇପାରିବି। ମୋ ପାଖରେ ଟଙ୍କା ଅଛି। କିନ୍ତୁ ମୁଁ ବିଳସପୂର୍ଣ୍ଣ କାର୍ କିଣିବି ନାହିଁ। ପ୍ରତ୍ୟେକ ଥର ଯେତେବେଳେ ମୁଁ ନିଜକୁ କହେ, ମୁଁ ବୋନସ ପାଇବାକୁ ଯାଉଛି । ଏବେ ମୁଁ ନିଜକୁ ଏକ ଦାମୀ କାର କିଣି ଉପହାର ଦେବି। ସେତେବେଳେ ମୁଁ ନିଜକୁ ମନେ ପକାଇ ଦିଏ ଯେ କାର୍ ଏକ ମୂଲ୍ୟହୀନ ସମ୍ପତ୍ତି | ଯଦି ମୁଁ ଥରୁଟିଏ ବିଳସପୂର୍ଣ୍ଣ କାର୍ ଧରି ବାହାରକୁ ବାହାରିବି ତେବେ କାରର ମୂଲ୍ୟର ୩୦% କମ ହୋଇଯିବ |”

ସେ ଆହୁରି କହିଛନ୍ତି ଯେ, “ଏବେ ମୁଁ ଇନୋଭା ଚଳାଉଥିବାରୁ ଅନେକ ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି। ବିଳସପୂର୍ଣ୍ଣ କାର୍ କାହିଁକି କିଣୁନ ବୋଲି ପ୍ରଶ୍ନ କରନ୍ତି। ମୁଁ କହେ; ମୋ ଜୀବନ, ମୋ ଇଚ୍ଛା। ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ମୋ ପାଇଁ ଇନୋଭା ହିଁ ଯଥେଷ୍ଟ। ପୂର୍ବରୁ ମୋ ପାଖରେ କିଛି ନଥିବା ବେଳେ ବିଳସପୂର୍ଣ୍ଣ କାର୍ କିଣିବାର ଇଚ୍ଛା ବହୁତ ଥିଲା। ହେଲେ ସମୟ ସହ ସବୁ ବଦଳିଗଲା।”

Related Articles

Leave a Reply

Your email address will not be published. Required fields are marked *

Back to top button