IBN ଓଡ଼ିଶା ବ୍ୟୁରୋ

ପୁଣି ବର୍ବରତା; କରମା ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ

ରମା ପୂଜା ଦେଖିବାକୁ ଆସିଥିବା ବେଳେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଘଟଣାରେ ୩ ଜଣ ସଂପୃକ୍ତ ଥିବା କୁତ୍ରା ଥାନାରେ ଅଭିଯୋଗ ହୋଇଛି।

ଏହି ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାଯାଇଛି। ସେମାନଙ୍କ ଘର ବୀରମିତ୍ରପୁର ଥାନା ରାଇବଗା ଅଞ୍ଚଳରେ ବୋଲି ଜଣାଯାଇଛି।

୧୬ ତାରିଖ ରାତିରେ ଯୁବତୀ ଜଣଙ୍କ ରାଜଗାଙ୍ଗପୁରକୁ କରମା ପୂଜା ଦେଖିବାକୁ ଆସିଥିଲେ। ଏହି ସମୟରେ ଯୁବତୀଙ୍କ ଜଣଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ୧୭ ତାରିଖରେ ପରିବାର ଲୋକେ କୁତ୍ରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button