IBN ଓଡ଼ିଶା ବ୍ୟୁରୋ

ସ୍ଵର୍ଗ କିପରି ହୋଇଥାଏ ଓ ସେଠାରେ ଆତ୍ମା କିପରି ରୁହନ୍ତି ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ସଂସାର ବଡ଼ ବିଚିତ୍ରମୟ । ଆଜିର ଜୀବନ କାଲିକୁ ନାହିଁ । ଯିଏ ଆଜି ଖୁସିରେ ଅଛି ସେ ହୁଏ ତ କାଲି ଆଉ ନଥିବ । କିନ୍ତୁ ନିଜର ଏହି ଶେଷ ସମୟରେ ସେମାନେ ସ୍ୱର୍ଗକୁ ଯିବା କଥା ହିଁ ଭାବିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ସ୍ୱର୍ଗ କଣ ହୋଇଥାଏ,କିପରି ହୋଇଥାଏ ? ଏହାର ପରିଦୃଶ୍ୟ କିପରି ହୋଇଥାଏ ? ଏବଂ ଏଠାରେ ଆତ୍ମା ମାନେ କିପରି ରୁହନ୍ତି ? ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଅନେକ କଥା କହିବାକୁ ଯାଉଛୁ। ଯାହା ଦ୍ୱାରା ଆପଣଙ୍କ ମନରେ ସ୍ୱର୍ଗକୁ ନେଇ ଥିବା ଦ୍ଵନ୍ଦ ଦୁର ହେବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବନ୍ଧୁଗଣ ପାପୀ ଆତ୍ମା ଯେତେବେଳେ ଶରୀର ତ୍ୟାଗ କରିଥାଏ ସେତେବେଳେ ସେ ଯମ ପୁରକୁ ଯାଇଥାଏଏବଂ ସେଠାରେ ତାକୁ ଅନେକ ପ୍ରକାର କଷ୍ଟ ଭୋଗିବାକୁ ପଡିଥାଏ । କିନ୍ତୁ ଜଣେ ଉତ୍ତମ ଆତ୍ମା କୁ ପ୍ରଥମେ ଯମ ଙ୍କ ପାଖକୁ ନିଆଯାଇଥାଏ । ଏହା ପରେ ଯମ ତାଙ୍କୁ କହିଥାନ୍ତି ଯେ-“ହେ ମହାତ୍ମା ଆପଣ ନିଜ ଜୀବନ କାଳ ମଧ୍ୟରେ ବହୁତ ପୁଣ୍ୟ କରିଛନ୍ତି । ସମସ୍ତଙ୍କୁ ବହୁତ ସାହାର୍ଯ୍ୟ କରିଛନ୍ତି । ଆପଣ ଙ୍କ କାର୍ଯ୍ୟ ଦ୍ୱାରା କାହାର କୌଣସି କ୍ଷତି ହୋଇନାହିଁ।ତେଣୁ ଆପଣ ଏହି ସୁସଜ୍ଜିତ ବିମାନରେ ବସି ସ୍ୱର୍ଗକୁ ଗମନ କରନ୍ତୁ”।

ଯେତେବେଳେ ସେମାନେ ସ୍ୱର୍ଗର ଦ୍ୱାରରେ ପହଂଚିଥାନ୍ତି ସେତେବେଳେ ତାଙ୍କର ବହୁତ ଭଲ ଭାବରେ ସ୍ୱାଗତ କରାଯାଇଥାଏ।ସ୍ୱର୍ଗ ଏକ ବହୁତ ସୁନ୍ଦର ସ୍ଥାନ ଅଟେ।ଏଠାରେ ଆପଣ ଙ୍କୁ ସବୁ ସୁଖ ଦାୟକ ଜିନିଷ ମିଳିଥାଏ । ସ୍ୱର୍ଗ କୁ ଯିବାପାଇଁ ବହୁତ ପୁଣ୍ୟ କରିବାକୁ ପଡିଥାଏ।ଯେଉଁ ବ୍ୟକ୍ତି ନିଜ ଜୀବନ କାଳରେ ଅନେକ ପାପ, ଅଧର୍ମ କରିଥାନ୍ତି ସେମାନେ କେବେ ମଧ୍ୟ ସ୍ଵର୍ଗରେ ପ୍ରବେଶ କରିପାରନ୍ତି ନାହିଁ।

ସ୍ୱର୍ଗ ଠାରୁ କିଛି ଦୂର ରେ ସୁମେରୁ ଗିରି ନାମକ ଏକ ସ୍ୱର୍ଣ୍ଣ ପର୍ବତ ଥାଏ ।ସେଠାରେ ଦେବତା ମାନେ ବାସ କରିଥାନ୍ତି। ସେଠାରେ ଏକ ଉଦ୍ୟାନ ଅଛି ଯେଉଁଠି ପୁଣ୍ୟ ଆତ୍ମା ଙ୍କୁ ବୁଲିବାକୁ ଦିଆଯାଇଥାଏ। ସେଠାରେ ଆତ୍ମା ମାନେ ବହୁତ ଆନନ୍ଦ ଅନୁଭବ କରିଥାନ୍ତି । ସୁଗନ୍ଧିତ ବାୟୁ ଦ୍ୱାରା ମନ ଶାନ୍ତି ହୋଇଯାଇଥାଏ। ସେଠାରେ ଏପରି କିଛି ବସ୍ତୁ ଆପଣ ଦେଖିବାକୁ ପାଇବେ ନାହିଁ ଯାହା ଦ୍ବାରା ଆପଣ ଭୟଭୀତ ହୋଇଯିବେ। ସେଠାରେ ଅନେକ ସୁନ୍ଦର ଜିନିଷ ଦେଖିବାକୁ ମିଳିଥାଏ।

ଆପଣ ମାନଙ୍କୁ ଜଣେଇ ଦେଉଛୁ କି ସ୍ଵର୍ଗରେ କୌଣସି ଆତ୍ମା କେବେ ମଧ୍ୟ ବୃଦ୍ଧ ହୋଇ ନ ଥାନ୍ତି ସବୁବେଳେ ଯୁବ ଅବସ୍ଥାରେ ରହିଥାନ୍ତି। ସେଠାରେ ଅଧିକ ଗରମ କିମ୍ବା ଥଣ୍ଡା ଅନୁଭବ ହୋଇନଥାଏ।ସେଠାରେ ଆତ୍ମା କେବେ କଷ୍ଟ ପାଇ ନ ଥାଏ।ସବୁବେଳେ ଆନନ୍ଦ ରେ ରହିଥାଏ।ସେଠାରେ ସେମାନଂକ ଶରୀରରୁ କେବେ ମଧ୍ୟ ଦୁର୍ଗନ୍ଧ ବାହାରି ନ ଥାଏ।କେବେ ମଧ୍ୟ ସେମାନଙ୍କର ପୋଷାକ ମଇଳା ହୋଇ ନ ଥାଏ।

ସେଠାରେ କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତି ଙ୍କ ପ୍ରତି ହିଂସା ଭାବନା ରଖି ନ ଥାନ୍ତି କେବଳ ପ୍ରେମ ଭାବନା ରଖିଥାନ୍ତି। ସେଠାରେ ସମସ୍ତ ଆତ୍ମା ବହୁତ ସୁଖ ଶାନ୍ତିରେ ରହିଥାନ୍ତି । ମନୁଷ୍ୟ ନିଜର ଭଲ କାର୍ଯ୍ୟ ଦ୍ୱାରା ସେଠାରେ ପହଁଚି ପାରେ। ମନୁଷ୍ୟ ଜୀବନ ଶ୍ରେଷ୍ଠ ଜୀବନ ବୋଲି କୁହାଯାଇଥାଏ।ଏମିତି ଜୀବନ ପାଇ ଯଦି ଆମେ କୌଣସି ପୁଣ୍ୟ କାମ ନ କରିବା ତେବେ ଏହି ଜୀବନ ର କୌଣସି ମୂଲ୍ୟ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button