ରାଜ୍ୟ

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ

ଭୁବନେଶ୍ୱର: ଦୀର୍ଘ ୬ ସପ୍ତାହ ପରେ ଖୋଲିବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଆସନ୍ତା ୨୩ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶଣୁଣିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଠାରୁ ଉଦ୍ଦିଷ୍ଟ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହୋଇଛି।

ଏଥର କେବଳ ୧୦୦୦ ଲୋକଙ୍କ ଅଭିଯୋଗକୁ ଶୁଣାଣି ପାଇଁ ଗ୍ରହଣ କରାଯିବ। ସେଥିଲାଗି ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ୨୩ ତାରିଖ ସୋମବାର ୧୧ଟା ସମୟରୁ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ୟୁନିଟ୍‌-୫ ସ୍ଥିତ ସରକାରୀ ବାସଗୃହ ନମ୍ବର ଭିଆଇଆଇଆଇଏମଆର-୪ ଠାରେ ଏହି ଜନଶୁଣାଣି ହେବ। ଆବେଦନକାରୀ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସାଧାରଣ ଲୋକଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ଅଭିଯୋଗକୁ ସମାଧାନ ନିମନ୍ତେ ସେହି ସ୍ଥାନରେ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଏହି ଅଭିଯୋଗ ଶୁଣାଣି ପ୍ରତି ସରକାରର ଏକ ଅଙ୍ଗ ଭାବେ ପରିଚିତ ହୋଇଥାଏ। ୨୦୧୬ ମସିହା ଅଗଷ୍ଟ ମାସରୁ କିନ୍ତୁ ଏହି ପରମ୍ପରା ବନ୍ଦ ରହିଥିଲା। ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଶାସନ ପରିବର୍ତ୍ତନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପୁଣି ଥରେ ଲୋକଙ୍କ ଅଭିଯୋଗକୁ ଶୁଣିବା ଲାଗି ଏ ପରମ୍ପରା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button