IBN ଓଡ଼ିଶା ବ୍ୟୁରୋ

ଓଡ଼ିଶାରେ ଜୋହ ସେମିକଣ୍ଡକଟର କାରଖାନା ପ୍ରତିଷ୍ଠା କରିବା ନେଇ ଚର୍ଚ୍ଚା, ସିଇଓ ଦେଲେ ସଫେଇ

ନୂଆଦିଲ୍ଲୀ: କ୍ଲାଉଡ୍ ସଫ୍ଟୱେୟାର କମ୍ପାନୀ ଜୋହୋର ସିଇଓ ଶ୍ରୀଧର ଭେମ୍ବୁ ଓଡ଼ିଶାରେ ୩୦୩୪ କୋଟି ଟଙ୍କାର ସେମିକଣ୍ଡକ୍ଟର କାରଖାନାରେ ପୁଞ୍ଜିନିବେଶ କରିଥିବା ଖବରକୁ ଖଣ୍ଡନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜୋହୋର ନିର୍ଦ୍ଦେଶକଙ୍କ ଦ୍ବାରା ପ୍ରତିଷ୍ଠିତ ସିଆଲଟ୍ରିକ୍ ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାରେ ଏକ ସିଲିକନ୍ କାର୍ବାଇଡ୍ ଉତ୍ପାଦନ ୟୁନିଟ୍ ନିର୍ମାଣ କରିବାକୁ ଯୋଜନା କରିଥିଲା।

ଏବେ କିନ୍ତୁ ଏକ୍ସରେ ଭେମ୍ବୁ ପୋଷ୍ଟ କରିଛନ୍ତି ଯେ ମୁଁ ଗୁଜବ ଏବଂ କଳ୍ପନାଜଳ୍ପନା ଉପରେ ମନ୍ତବ୍ୟ ଦେବାକୁ ପସନ୍ଦ କରେ ନାହିଁ, କିନ୍ତୁ ଆମର ସେମିକଣ୍ଡକ୍ଟର ନିବେଶ ଖବର ଭୁଲ।

ମିଳିଥିବା ସୂଚନା ଅନୁଯାୟୀ, ଜୋହୋଙ୍କ ପ୍ରସ୍ତାବ ଉପରେ ଗୁରୁବାର ଓଡ଼ିଶା ସରକାର ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଆଣ୍ଡ ମ୍ୟାନୁଫାକ୍ଚରିଂ (ଇଏସ୍ଡିଏମ୍) କ୍ଷେତ୍ର ପାଇଁ ରାଜ୍ୟ ସରକାର ସାଇଲାଟ୍ରିକ୍ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ପ୍ରସ୍ତାବ ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ତେବେ ଭେମ୍ବୁ କହିଛନ୍ତି ଯେ ନିବେଶ ପ୍ରସ୍ତାବ ଏବେ ବି ବିଭିନ୍ନ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ରହିଛି ଏବଂ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ମେ’ ମାସରେ ଭେମ୍ବୁ ଉଲ୍ଲେଖ କରିଥିଲେ ଯେ କମ୍ପାନୀ ଏପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଫେବ୍ରିକେସନ୍ ୟୁନିଟରେ ପୁଞ୍ଜିନିବେଶ ଘୋଷଣା କରିବାକୁ ପ୍ରସ୍ତୁତ ନୁହେଁ। ସେହି ସମୟରେ ତାଙ୍କ କମ୍ପାନୀ ଏକ ଚିପ୍ ଉତ୍ପାଦନ କାରଖାନାରେ କୋଟି କୋଟି ଡଲାର ନିବେଶ କରିବ ବୋଲି ଖବର ପ୍ରକାଶ ପାଇବା ପରେ ସେ ପ୍ରତିକ୍ରିୟା ରଖିଥିଲେ।

ମାର୍ଚ୍ଚ ମାସରେ ଜୋହୋର ସହ ପ୍ରତିଷ୍ଠାତା ତାମିଲନାଡୁର ତେନକାସୀ ଜିଲ୍ଲାରେ ଏକ ଉନ୍ନତ ଚିପ୍ ଡିଜାଇନ୍ କାରଖାନା ସ୍ଥାପନ କରିବାକୁ କମ୍ପାନୀର ଯୋଜନା ଘୋଷଣା କରିଥିଲେ। ଅନେକ କ୍ଷେତ୍ରରେ ଏଆଇର ବ୍ୟବହାର ଯୋଗୁଁ ସେମିକଣ୍ଡକ୍ଟର ଚାହିଦା ବୃଦ୍ଧି ପାଉଥିବାରୁ ୨୦୩୦ ସୁଦ୍ଧା ଶିଳ୍ପର ୧ ଟ୍ରିଲିୟନ ଡଲାର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାୟ ୧୫୦ଟି ନୂତନ ଫେବ୍ରିକେସନ୍ ୟୁନିଟ୍ ର ଆବଶ୍ୟକତା ପଡ଼ିବ। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଭାରତରେ ୫ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରାଯାଉଛି, ଯେଉଁଥିରେ ମୋଟ ୧.୫୨ ଲକ୍ଷ କୋଟି ଟଙ୍କାରୁ ଅଧିକ ବିନିଯୋଗ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button