ରାଜ୍ୟ
ରେଞ୍ଜଡ଼ା ଷ୍ଟେସନ ମାଷ୍ଟରଙ୍କୁ ମାଓବାଦୀଙ୍କ ହତ୍ୟା ଧମକ: ଜାରି କଲେ ମାଓ ପୋଷ୍ଟର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ରେଞ୍ଜଡା-ସାନରକ୍ସି ରେଳ ଧାରଣାରେ ଆଜି ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ରେଞ୍ଜଡ଼ା ଷ୍ଟେସନ ମାଷ୍ଟରଙ୍କୁ ନକ୍ସଲମାନେ ହତ୍ୟା ଧମକ ଦେଇଛନ୍ତି। ତେବେ ଏହାକୁ ନେଇ ରେଳବାଇ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।