ରାଜ୍ୟ

ହରଭଙ୍ଗା ବ୍ଲକର ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ବଦଳି..

ରଭଙ୍ଗା : ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ୧୯ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲଳ ବାହାରକୁ ବଦଳି ନିର୍ଦେଶନାମା ଶୁକ୍ରବାର ପ୍ରକାଶ ପାଇଛି। ବିଭାଗୀୟ ପତ୍ର ସଂଖ୍ୟା ୨୧୫୮୬ ଅନୁସାରେ ଏହି ତାଲିକାରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ହୋଇଛି। କନିଷ୍ଠ ଯନ୍ତ୍ରୀ ବାବୁଲା ବେହେରାଙ୍କୁ ରୁ ବୌଦ୍ଧ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ରାଜେଶ କୁମାର ଧୀରଙ୍କୁ ବୌଦ୍ଧରୁ କୋରାପୁଟ ଜିଲ୍ଲାକୁ ବଦଳି କରାଯାଇଛି।

ଗତ ଜୁଲାଇ ମାସରେ ରାଜେଶ ଧୀର ବୌଦ୍ଧ ବ୍ଲକରୁ ହରଭଙ୍ଗା ବ୍ଲକକୁ ବଦଳି ହୋଇଆସିଥିବା ବେଳେ ଦୁଇମାସ ନପୂରୁଣୁ ତାଙ୍କର ଜିଲ୍ଲା ବାହାରକୁ କୋରାପୁଟ ବଦଳି କରାଯିବା ଘଟଣା ବୁଝାପଡ଼ୁନାହିଁ। ଏହା ସହିତ ବି. ଡି. ଓମାନଙ୍କୁ ତୁରନ୍ତ ବଦଳି ନିର୍ଦେଶନାମାକୁ ପାଳନ କରି ସେମାନଙ୍କୁ ରିଲିଫ କରିବା ସହିତ ପ୍ରତିବଦଳ ନିଯୁକ୍ତିକୁ ଅପେକ୍ଷା ନକରିବାକୁ ପତ୍ରରେ ସଫା ସଫା ଦର୍ଶାଯାଇଛି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button