IBN ଓଡ଼ିଶା ବ୍ୟୁରୋ

କେଉଁ ସମୟରେ ବ୍ୟକ୍ତି ସ୍ଵପ୍ନ ଦେଖିଲେ, ସେହି ସ୍ଵପ୍ନ ସତ ହୋଇଯାଇଥାଏ –

ବନ୍ଧୁଗଣ ଶୋଇଥିବା ଅବସ୍ଥାରେ ସମସ୍ତେ ଅନେକ ସମୟରେ ସ୍ଵପ୍ନ ଦେଖିଥାନ୍ତି । ସ୍ଵପ୍ନରେ ଆମେ ବହୁତ କିଛି ଦେଖିବାକୁ ପାଇଥାଉ । କିଛି ସ୍ଵପ୍ନ ଆମର ସତ ହେଉଥିବା ବେଳେ କିଛି ସ୍ଵପ୍ନ ଆମର ସେହି ସ୍ଵପ୍ନ ହୋଇ ହିଁ ରହିଜାଇଥାଏ । ତେବେ ବନ୍ଧୁଗଣ ଆପଣ କ’ଣ ଜାଣିଛନ୍ତି ! ଯେ ସ୍ଵପ୍ନ କେଉଁ ସମୟରେ ଦେଖିଲେ ତାହା ସତ ହୋଇଯାଇଥାଏ । ତେବେ କେତେବେଳେ ସ୍ଵପ୍ନ ଦେଖିଲେ । ସେହି ସ୍ଵପ୍ନଟି ସତ ହୋଇଯାଇଥାଏ ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା ।

1- ବନ୍ଧୁଗଣ ରାତ୍ରୀର ଦିତୀୟ ପ୍ରହର ଠାରୁ ଚତୁର୍ଥ ପ୍ରହର ପର୍ଯ୍ୟନ୍ତ ସମୟରେ ବ୍ୟକ୍ତି ଯେଉଁ ସବୁ ସ୍ଵପ୍ନ ଦେଖିଥାଏ । ସେହି ସ୍ଵପ୍ନ ବ୍ୟକ୍ତିର ସତ ହେବାର ଶତ ପ୍ରତିଶତ ସମ୍ଭାବନା ରହିଥାଏ ।

2- ଦକ୍ଷିଣ କଣ ମାଡି ରାତ୍ରୀରେ ଶୋଇଥିବା ବେଳେ ଯଦି କୌଣସି ବ୍ୟକ୍ତି ସ୍ଵପ୍ନ ଦେଖିଥାଏ । ତେବେ ସେହି ସ୍ଵପ୍ନଟି ମଧ୍ୟ ଶତ ହେବାର ଅନେକ ସମ୍ଭାବନା ରହିଥାଏ ।

3- ଗୁରୁପାକ ଭୋଜନ ଗ୍ରହଣ କରି ବିଳମ୍ବିତ ରାତିରେ ଶୋଇବା ଦ୍ଵାରା ଯେଉଁ ନିଦ ଆସିଥାଏ । ସେହି ନିଦ୍ରାରେ ଆମେ ଯେଉଁ ସ୍ଵପ୍ନ ଦେଖିଥାଉ । ସେହି ସ୍ଵପ୍ନଟି ମଧ୍ୟ ସତ ହେବାର ବହୁତ ସମ୍ଭାବନା ରହିଥାଏ ।

ବନ୍ଧୁଗଣ ପ୍ରାଚୀନ ମୁନିରୁଷି ମାନେ ନିଜ ଯୋଗସାଧନା ବଳରେ ସେମାନେ ଦେଖୁଥିବା ଅସ୍ଵପ୍ନର ସତ୍ୟତା ଓ ମିଥ୍ୟା ସ୍ଵପ୍ନ ସମ୍ପର୍କରେ ସବୁ କିଛି ଜାଣିପାରୁଥିଲେ । ବନ୍ଧୁଗଣ ସ୍ଵପ୍ନର ଦେବତା କିଏ ଆପଣ ଜାଣିଛନ୍ତି କି ? ତେବେ ଏଠାରେ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । ଯେ ସ୍ଵପ୍ନର ମୂଳ ଦେବୀ ହେଉଛନ୍ତି ମାତା ପାର୍ବତୀ । ସେ ପ୍ରତ୍ଯେକ ରାତ୍ରୀରେ ଶୂନ୍ଯ ଆକାଶରେ ଉଡି ଉଡି ରାଜ୍ୟ ଭ୍ରମଣ କରିଥାନ୍ତି ।

ତାଙ୍କ ଅଙ୍ଗରୁ ହିଁ ସ୍ଵପ୍ନ କୁମାରୀ ଜାତ ହୋଇଥାନ୍ତି । ଯିଏ ହିଁ ପ୍ରତ୍ଯେକ ବ୍ୟକ୍ତିର ନିଦ୍ରାରେ ଆସି ସ୍ଵପ୍ନ ଦେଖାଇଥାନ୍ତି । ତେବେ ଧାର୍ମିକ ବ୍ୟକ୍ତି ଈଶ୍ବରୀୟ ଚେତନା ସହ ଜଡିତ ଯେଉଁ ମହତ୍ଵପୂର୍ଣ୍ଣ ସ୍ଵପ୍ନ ଦେଖିଥାନ୍ତି । ତାହା ଅନେକ ସମୟରେ ସତ୍ୟ ହୋଇଥାଏ । ହେଲେ ଅନ୍ୟ ଏପରି ବହୁତ ସ୍ଵପ୍ନ ଅଛି । ଯାହା କେବଳ ନିଦ୍ରା ଅବସ୍ଥାରେ ସ୍ଵପ୍ନ ଭାବେ ଦେଖିଥାଉ । ହେଲେ ସେହି ସ୍ଵପ୍ନ ବାସ୍ତବକୁ ଆସି ସତ୍ୟ ହୋଇନଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ମଧ୍ୟ ଅନ୍ୟ ମାନଙ୍କ ସହିତ ଶେୟାର କରିବାକୁ ବନ୍ଧୁଗଣ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button