IBN ଓଡ଼ିଶା ବ୍ୟୁରୋ

୧୯୫୧ରେ ଗାଏବ ହୋଇଯାଇଥିଲେ ୬ ବର୍ଷର ପୁଅ, ୭୩ ବର୍ଷ ପରେ ମିଳିଲା ଠିକଣା

ନୂଆଦିଲ୍ଲୀ ୨୩।୦୯: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୭୩ ବର୍ଷ ପୂର୍ବେ କାଲିଫର୍ନିଆର ପଶ୍ଚିମ ଓକଲ୍ୟାଣ୍ଡର ଏକ ପାର୍କରୁ ଜଣେ ଶିଶୁ ନିଖୋଜ ହୋଇଯାଇଥିଲେ। ଯିଏ ବର୍ତ୍ତମାନ ଫେରି ଆସିଛନ୍ତି । ଲୁଇସ୍ ଆର୍ମାଣ୍ଡୋ ଆଲବିନୋଙ୍କୁ ସେତେବେଳେ ୬ ବର୍ଷ ବୟସ ହୋଇଥିଲେ। ଏହି ଘଟଣାଟି ୨୧ ଫେବୃଆରୀ ୧୯୫୧ ର ଅଟେ ।

ଏଭଳି ପରିସ୍ଥିତିରେ ଲୁଇ ବର୍ତ୍ତମାନ ପିଲା ଠାରୁ ବୃଦ୍ଧ ବ୍ୟକ୍ତି ହୋଇଯାଇଛନ୍ତି। ଘର ନିକଟ ପାର୍କରେ ସେ ନିଜର ୧୦ ବର୍ଷର ଭାଇ ରୋଜରଙ୍କ ସହ ଖେଳୁଥିଲେ। ସେତେବେଳେ ଜଣେ ମହିଳା ତାଙ୍କୁ ଚକୋଲେଟ୍ ସାହାଯ୍ୟରେ ପ୍ରଲୋଭିତ କରି ନେଇ ଯାଇଥିଲେ।

ଏହା ପରେ ଲୁଇସ୍ ଫେରି ନଥିଲେ। ପୋଲିସ ଲୁଇସଙ୍କୁ ବହୁତ ଖୋଜିବାକୁ ଚେଷ୍ଟା କଲା। କିନ୍ତୁ କିଛି ପାଇଲା ନାହିଁ । ସେନା ସୈନିକମାନେ ସେହି ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇଲେ ନାହିଁ। ଲୁଇଙ୍କ ମା ୯୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପୁଅକୁ ଖୋଜିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲେ। ହେଲେ ୨୦୦୫ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଲୁଇସର ୬୩ ବର୍ଷୀୟ ପୁତୁରା ଆଲିଦା ଆଲେକ୍ଇନ୍ ଖୋଜିବା ଜାରି ରଖିଥିଲେ। ଆଲିଦାଙ୍କ କହିବାନୁସାରେ, ସେ ବିଶ୍ୱାସ କରୁଥିଲେ ଯେ ତାଙ୍କ ଦାଦା ଜୀବିତ ଅଛନ୍ତି । ଆଲିଦା ପୁରୁଣା ଖବରକାଗଜ କଟା ସଂଗ୍ରହ ଆରମ୍ଭ କରିଥିଲେ ଏବଂ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ସାହାଯ୍ୟ ଲୋଡିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button