IBN ଓଡ଼ିଶା ବ୍ୟୁରୋ

ସିନ୍ଦୂର ଡବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ସ୍ବାମୀଙ୍କୁ ସଫଳ ହେବାରେ କେହି ରୋକି ପାରିବେ ନାହିଁ।

ବନ୍ଧୁମାନେ ଆମ ହିନ୍ଦୁ ଧର୍ମରେ ବିବାହିତ ନାରୀ ମାନଙ୍କ ପାଇଁ ସିନ୍ଦୂର ଏବଂ ମଙ୍ଗଳସୂତ୍ର ବହୁ ପବିତ୍ର ଓ ମହତ୍ତ୍ଵ ପୂର୍ଣ୍ଣ ଅଟେ। ଆଜି ଆମେ ଏହି ସିନ୍ଦୂର ବିଷୟରେ କିଛି ଜଣା ଅଜଣା କଥା କହିବୁ ଯାହା ଆପଣଙ୍କ ଜୀବନରେ ଖୁସି ଆଣିଦେବ। କେଉଁ ସମୟରେ ସିନ୍ଦୂରର ବ୍ୟବହାର କରିବେ ନାହିଁ ଏବଂ ଏହାକୁ କିପରି ରଖିବେ ବା ଏହାର ବ୍ୟବହାର ସମ୍ପର୍କରେ କିଛି ତଥ୍ୟ ଆମେ ଆପଣଙ୍କୁ ଜଣାଇବୁ। ଏହି ସିନ୍ଦୂର ତଳେ ପଡ଼ିବ ଦ୍ଵାରା କଣ ହୁଏ ? ଯାହା ପ୍ରତ୍ୟେକ ମହିଳା ସିନ୍ଦୂର ଲଗେଇବା ସମୟରେ କରନ୍ତି। ତେବେ ଏହି ଭୁଲକୁ ଆପଣ ଅଣଦେଖା କରନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଜୀବନରେ ଏହା ସମସ୍ୟା ଆଣିଦେବ। ଏହା ଦ୍ଵାରା ଆପଣଙ୍କ ସ୍ବାମୀଙ୍କ ସହିତ ଆପଣଙ୍କ ଦୂରତା ବନି ରହିଥାଏ।

ଆମ ହିନ୍ଦୁ ଧର୍ମରେ ସିନ୍ଦୂର ହେଉଛି ଜଣେ ସୁହାଗିନିର ପ୍ରତୀକ ବୋଲି ମାନ୍ୟତା ରହିଛି। ବିବାହ ସମୟରେ ସିନ୍ଦୂର ଦାନ କରିବାର ମଧ୍ୟ ମାନ୍ୟତା ରହିଛି। ଧାର୍ମିକ ପ୍ରଥା ଅନୁଯାୟୀ ସିନ୍ଦୂର ଲାଗିବାର ମାନ୍ୟତା ନିହାତି ଅନିର୍ବାଜ୍ୟ। ତେଣୁ ବିବାହିତ ନାରୀ ମାନଙ୍କୁ ସିନ୍ଦୂର ଲଗେଇବା ଆବଶ୍ୟକତା ରହିଛି। ଏହି ସିନ୍ଦୂର ଲଗାଇବାକୁ ନେଇ କିଛି ନୀତି ନିୟମ ରହିଛି ଯାହା ମାନିବାକୁ ହୋଇଥାଏ। ନଚେତ୍ ଆପଣଙ୍କ ବୈବାହିକ ଜୀବନରେ ଅଶାନ୍ତି ଆସିଥାଏ।

ଯେଉଁ ମହିଳା ସିନ୍ଦୂର ଲଗାନ୍ତି ନାହିଁ ତାଙ୍କ ସ୍ଵାମୀଙ୍କର ଧନ ଏବଂ ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ। ଆସନ୍ତୁ ଜାଣିବା ଏହି ସିନ୍ଦୂର ଲାଗିବାର ମହତ୍ତ୍ଵ ବିଷୟରେ।

୧. ବିବାହିତ ମହିଳାଙ୍କୁ ସିନ୍ଦୂର ନିଜ ଟଙ୍କାରେ କିଣି ଲଗେଇବା ଉଚିତ୍ କିମ୍ବା କାହା ଟଙ୍କାରେ ଲଗାଇବା ଅନୁଚିତ୍। ୨. ପରିସ୍ଥିତି ଯାହାବି ହେଉ ବିବାହିତ ମହିଳାଙ୍କୁ ଅନ୍ୟ କାହା ସିନ୍ଦୂର ଆଣି ନିଜ ମଥାରେ ଲଗାଇବା ଅନୁଚିତ୍। ଏହା ଅଶୁଭ ହୋଇଥାଏ ଏବଂ ଏହାଦ୍ବାରା ନିଜ ସ୍ବାମୀଙ୍କୁ ଧନ ଜନିତ ସମସ୍ୟାକୁ ସାମ୍ନା ଆସିବାକୁ ହୋଇଥାଏ।

୩. ବିବାହିତ ମହିଳାଙ୍କୁ ବିବାହରେ ମିଳିଥିବା ସିନ୍ଦୂର ଲଗେଇବା ଠାରୁ ଦୂରେଇ ରହିବା ଉଚିତ୍। ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ କି ଉପହାରରେ ମିଳିଥିବା ସିନ୍ଦୁରକୁ ଉପଯୋଗ କରିବା ଅନୁଚିତ୍। ୪. ମହିଳାଙ୍କୁ ନଗାଧୋଇ ସିନ୍ଦୂର ଲଗେଇବା ଅନୁଚିତ୍ ଅର୍ଥାତ୍ ମହିଳା ମାନଙ୍କୁ ଗାଧେଇ ସାରି ସିନ୍ଦୂର ଲଗେଇବା ଉଚିତ୍। ୫. ସିନ୍ଦୂର ଲଗେଇବା ସମୟରେ ସ୍ୱାମୀର ଲମ୍ବା ଆୟୁଷ ବିଷୟରେ ଭାବିବା ଉଚିତ୍। ଏହା ଦ୍ଵାରା ତାଙ୍କର ଭାଗ୍ୟ ଏବଂ ଶକ୍ତି ଆହୁରି ମଜବୁତ୍ ହୋଇଥାଏ। ମଥାରେ ସିନ୍ଦୂର ଲଗାଇବା ସମୟରେ ମାତା ପାର୍ବତୀଙ୍କୁ ଧ୍ୟାନରେ ରଖି ସିନ୍ଦୂର ଲଗାନ୍ତୁ। କାରଣ ଅଖଣ୍ଡ ସୌଭାଗ୍ୟବତି ବରଦାନ କେବଳ ପାର୍ବତୀଙ୍କ ଠାରୁ ହିଁ ମିଳିଥାଏ।

୬. ଋତୁସ୍ରାବ ସମୟରେ ଆପଣ ସିନ୍ଦୂର ଲଗାନ୍ତୁ ନାହିଁ କାରଣ ଏହି ସମୟରେ ସିନ୍ଦୂର ଲଗାଇଲେ ସିନ୍ଦୂରର ଅବମାନନା ହୋଇଥାଏ।
୭. ସିନ୍ଦୂର ତଳେ ପଡିବା ବହୁ ବଡ଼ ଅଶୁଭ ବୋଲି ମାନା ଯାଇଥାଏ। ସେଥିପାଇଁ ସବୁବେଳେ ଏହା ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ। ଏପରି ଜାଗାରେ ରଖନ୍ତୁ ଯେପରି ଏହା ପିଲାଙ୍କ ହାତ ବାଜି ତଳେ ନପଡୁ। ସିନ୍ଦୂର ତଳେ ପଡିବା ଦ୍ଵାରା ଘରକୁ ଅଶୁଭ ଆସିଥାଏ। ୮. ସିନ୍ଦୂରକୁ କାହା ସାମ୍ନାରେ ଲଗାନ୍ତୁ ନାହିଁ। ଅନ୍ୟ ଆଗରେ ସିନ୍ଦୂର ଲଗାଇବା ଦ୍ଵାରା ଆପଣଙ୍କ ସମ୍ପର୍କରେ ନଜର ଲାଗିଯାଏ। ଆପଣଙ୍କ ସ୍ବାମୀଙ୍କ ପ୍ରେମ ମଧ୍ୟ କମ୍ ହୋଇଯାଏ। ଏଥିପାଇଁ ସବୁବେଳେ ମୁଣ୍ଡରେ ଓଢଣି ଦେଇ ସିନ୍ଦୂର ଲଗାନ୍ତୁ।

୯. ମଥାରେ ସିନ୍ଦୂର ଲଗାଇବା ପାଇଁ ଆପଣ ସବୁବେଳେ ଶୁଖିଲା ସିନ୍ଦୂରର ବ୍ୟବହାର କରନ୍ତୁ। କେବଳ କୁକୁମକୁ ବ୍ୟବହାର କରନ୍ତୁ ହେଲେ ପାଣି ସିନ୍ଦୂର ଲଗାନ୍ତୁ ନାହିଁ। ୧୦. ଯଦି ଭୁଲରେ ସିନ୍ଦୂର ତଳେ ପଡ଼ିଯାଏ ତେବେ ପାର୍ବତୀଙ୍କୁ କ୍ଷମା ମାଗନ୍ତୁ। ଯାହା ଦ୍ଵାରା ବିପଦ ଟଳି ଯାଏ। ସିନ୍ଦୂରକୁ ଆପଣ ଝିଙ୍କ କଣ୍ଟା ବା ରୂପା କାଠି ଦ୍ଵାରା ଲଗାନ୍ତୁ। ନଚେତ୍ ହଳଦୀ କାଠିରେ ଆପଣ କୁମକୁମକୁ ଲଗେଇ ପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button