ନିୟମ କରି ଭୁଲିଗଲା ବିଏମ୍ସି, କେବେ ବନ୍ଦ ହେବ କାଗଜ ଚା’ କପ୍?
ଭୁବନେଶ୍ୱର, ୨୫/୦୯ : କାଗଜ କପ୍ରେ ଚା’ ପରଶିବାକୁ ନିଷିଦ୍ଧ କରାଗଲା । ବିକ୍ରି କଲେ କଡ଼ା କର୍ଯ୍ୟାନୁଷ୍ଠାନ ନେବାକୁ ବିଜ୍ଞପ୍ତି ପ୍ରକାଶ କଲେ । ଏବେ ଖୁଲମଖୁଲା ବିକ୍ରି ହେଉଥିବା ବେଳେ ବିଏମ୍ସି ଚୁପ୍ ବସିଛି । ପଲିଥିନ୍ କଟକଣା ପରି କାଗଜ ଚା’ କପ୍ ବନ୍ଦ ନିୟମ ବି ଫୁ’ରେ ଉଡ଼ିଗଲା ।
ବିଏମ୍ସି ପକ୍ଷରୁ ଗତ ସପ୍ତାହରେ ନୋଟିସ ଜାରି କରାଯାଇଥିଲା ।
ଏଥିରେ କୁହାଯାଇଥିଲା, ପଲିଥିନ୍, ଥର୍ମୋକୁଲ ଓ କାଗଜ ଚା’ କପ୍ ବ୍ୟବହାର ନିଷିଦ୍ଧ । ଗରାଖଙ୍କୁ ଖାଦ୍ୟ ଦେବା ବେଳେ ପ୍ଲାଷ୍କିକ ପରିବର୍ତ୍ତେ ଷ୍ଟିଲ ପ୍ଲେଟ ବ୍ୟବହାର କରିବାକୁ କୁହାଯାଇଥିଲା । ଏହା ଉପରେ ଅଏଲ୍ ପେପର ପକାଇବାକୁ କୁହାଯାଇଥିଲା । ଚା’ ଦୋକାନୀମାନେ ଏକକ ବ୍ୟବହାର ପ୍ଲାଷ୍ଟିକ ଚା’ କପ୍ ବ୍ୟବହାର କରିବା ଉପରେ ରୋକ ଲଗାଯାଇଥିଲା । ଚା କପ୍ରେ ଜରି ଆସ୍ତରଣ ଥିବା ଯୋଗୁଁ ଲୋକେ ମାରାତ୍ମକ ରୋଗରେ ପଡୁଛନ୍ତି । ଗରମ ଚା’ କାଗଜ କପ୍ରେ ପିଇଲେ କ୍ଷତିକାରକ । ତେଣୁ ଏହା ପରିବର୍ତ୍ତେ ମାଟି ଚା’ କପ କିମ୍ବା କାଚ ଗିଲାସ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏହି ନିୟମ କେବଳ ନିୟମରେ ରହିଛି ।