ରାଜ୍ୟ

ରକ୍ତଦାନ ଶିବିର, ୨୧ ୟୁନିଟ୍ ରକ୍ତ ସଂଗ୍ରହ

ଯାଜପୁର: ରକ୍ତଦାନ ମହତଦାନ । ଏହା ଆଉ ଏକ ଜୀବନକୁ ବଞ୍ଚେଇ ରଖେ । ଯାହା ସମସ୍ତଙ୍କ ଭାଗ୍ୟରେ ନଥାଏ । ଜରୁରୀକାଳୀନ ପରିସ୍ଥିତି ପାଇଁ ରକ୍ତଦାନ କରି ବହୁ ସଂଖ୍ୟକ ରକ୍ତଦାତା ଏକଥା କହିଛନ୍ତି । ଯାଜପୁରର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ‌। ରକ୍ତ ଅଭାବରୁ ଅନେକ ରୋଗୀଙ୍କ ଜୀବନ ଯାଉଛି ।

ଏହା ସହ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ଅଭାବ ଦୂର କରିବାକୁ ଏଭଳି ଏକ ମହତ ଶିବିରର ଆୟୋଜନ କରିଛନ୍ତି ‌। ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟ ପ୍ରଭାତ କୁମାର ସେଠୀଙ୍କ ଜନ୍ମଦିନ ଅବସରରେ ଏପରି ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏଥିରେ ମୁଖ୍ୟ ଅତିଥି ରୂପେ କୋରାଇ ଥାନା ଅଧିକାରୀ ସଞ୍ଜୀବ କୁମାର ପରିଡ଼ା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହା ସହ ସମ୍ମାନିତ ଅତିଥି ଭାବେ ସବଇନସ୍ପେକ୍ଟର ସୁଦର୍ଶନ ସେଠୀ ଯୋଗ ଦେଇଥିଲେ । ତେବେ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବିଭିନ୍ନ ଆଡୁ ରକ୍ତଦାତା ଆସି ରକ୍ତଦାନ କରିବା ସହ ଏଥିରେ ମୋଟ୍ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଫାଉଣ୍ଡେସନର ବହୁ ସଂଖ୍ୟକ ସଦସ୍ୟ ସଦସ୍ୟା ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଛନ୍ତି । ରାଜେଶ କୁମାର ରାଉତ, ପପୁନ, ଅନିଲ, ଦୁଷ୍ମନ୍ତ, ଦେବରାଜ, ମିଲନ କୁମାର, ଅରବିନ୍ଦ ସାହୁ, ଶ୍ରୀରାମ କୁମାର ସାହୁ, ଅନନ୍ତ ତରାଇ, ରାକେଶ କୁମାର ସାହୁ, ଚିନ୍ମୟ କୁମାର ଦାସ୍, ପ୍ରଦୀପ କୁମାର ଦାସ୍, ମନୋଜ କୁମାର ଦାସ୍, ସରୋଜ ପ୍ରଧାନ, ପ୍ରଦୀପ କୁମାର ଯେନା, ଲୋକନାଥ ସେନାପତି , ପ୍ରତାପ କେଶରୀ ମହାପାତ୍ର, ରାଜେନ୍ଦ୍ର ତରାଇ, ଶୁଭଶ୍ରୀ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ପୂଜାରାଣୀ ସାହୁ, ପ୍ରାର୍ଥନା ଦାସ୍ ଆଦି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ତୁଲାଇଥିଲେ । ତେବେ ଆଗାମୀ ଦିନରେ ମଧ୍ୟ ଏହିପରି ମହତ କାର୍ଯ୍ୟକ୍ରମ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଜାରି ରହିବ ବୋଲି ଫାଉଣ୍ଡେସନ ତରଫରୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button